ଶାସକପ୍ରଶାସକ :: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ସୁକୁଆପୁଡ଼ା ଟୋଲ ଗେଟ୍ ନିକଟରେ ଗତକାଲି ସନ୍ଧ୍ୟା ସମୟରେ ଆର ଟି ଓ ଗାଡ଼ି କୁ ଅଟକ କରି ଯାଞ୍ଚ କରୁଥିବା ବେଳେ ସେହି ସମୟରେ ୪ଜଣ ବସି ଆସୁଥିବା OD 02AK 5551 ନମ୍ବର ବିଶିଷ୍ଟ ଏକ କାର କୁ ଅଟକାଇ କାର ର କାଗଜ ପତ୍ର ଦେଖାଇବାକୁ କହିଥିଲେ । ବାଲେଶ୍ଵର ଇଣ୍ଟର ଜୋନ ର ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ ଟ୍ରାଫିକ ଯୁଧିଷ୍ଠିର ନାଏକ ଉପସ୍ଥିତ ଥିଲେ। ତତ୍ ସହିତ ଡ୍ରିଙ୍କିଂ ଡ୍ରାଇଭ ରେ ମୁହଁ ଫୁଙ୍କିବା ପାଇଁ କହିବାରୁ ସେମାନଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ଦୁର୍ବୃତ୍ତ ମହିଳା କର୍ମଚାରୀଙ୍କୁ ମଧ୍ଯ ଦୁର୍ବ୍ୟବହାର କରିଥିଲେ । ହଠାତ ଏହି ସମୟରେ ଜଣେ ଦୁର୍ବୃତ୍ତ ପୋଲ୍ୟୁସନ୍ ଗାଡିରୁ ଏକ ଲୁହା ପାଇପ ଆଣି ଅଫିସର ଯୁଧିଷ୍ଟିର ନାଏକ ଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଶ୍ରୀ ନାଏକ ଗୁରୁତର ହୋଇ ପଡ଼ିଥିଲା ବେଳେ ଜଣକୁ ଅଟକ ରଖିବାରେ ସଫଳ ହୋଇଥିଲେ ଏନଫର୍ସ ମେଣ୍ଟ ଟିମ୍।ସଙ୍ଗେ ସଙ୍ଗେ ଖବର ପାଇ କୁଳିଅଣା ଥାନା ଅଧିକାରୀଣୀ ପହଞ୍ଚି ସଙ୍ଗେ ସଙ୍ଗେ ଶ୍ରୀ ନାଏକ ଙ୍କୁ ଡାକ୍ତର ଖାନା କୁ ଆଣିଥିଲେ ଓ ଦୁର୍ବୃତ୍ତ ଅଙ୍କିତ କୁମାର ପୁଟି କୁ ଥାନାରେ ଅଟକ ରଖିଥିଲେ । ତେବେ ଆଜି କୁଳିଅଣା ଥାନା କେଶ ନମ୍ବର 166/25 ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଅଙ୍କିତ ପୁଟି କୁ କୋର୍ଟ ଚାଲାଣ କରାଯାଇ ଥିବା ବେଳେ ତଦନ୍ତ ଜାରି ରହିଛି। ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।
Sign in
Sign in
Recover your password.
A password will be e-mailed to you.
Next Post