
କେନ୍ଦ୍ରାପଡା:(ଜିଲ୍ଲା ପ୍ରତିନିଧି)ପ୍ରଫୁଲ୍ଲ କୁମାର ମଲ୍ଲ – କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନର ସ୍କ୍ରିନଙ୍ଗ କ୍ୟାମ୍ପ ଜିଲ୍ଲାପାଳ କେନ୍ଦ୍ରାପଡ଼ା ଶ୍ରୀଯୁକ୍ତ ରଘୁରାମ.ଆର. ଆଏର ଙ୍କ ପରାମର୍ଶ କ୍ରମେ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ କେନ୍ଦ୍ରାପଡ଼ା ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜ଼ିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର ମହିଳା କର୍ମଚାରୀ ଓ ସେମାନଙ୍କର ପରିବାର ପାଇଁ ଏକ ସ୍ୱତନ୍ତ୍ର ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଅନ୍ତର୍ଗତ ଏକ ସ୍କ୍ରିନଙ୍ଗ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା l ଏଥିରେ ବିଭିନ୍ନ ବିଭାଗର ଅଧିକାରିଣୀ ଆସି ସେମାନଙ୍କର ବ୍ଲଡ଼ ସୁଗାର, ରକ୍ତଚାପ ଏବଂ ହେମୋଗ୍ଲୋବିନ ସ୍ତର ପରୀକ୍ଷା କରିଥିଲେ l ଉପସ୍ଥିତ କିଛି ପୋଲିସ କର୍ମଚାରୀ ମଧ୍ୟ ପରୀକ୍ଷା କରିଥିଲେ l ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଯୁକ୍ତ ଫକୀର ମୋହନ ମାଝୀ ଙ୍କ ସମେତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମମତା ମହାନ୍ତି ଓ଼ ଏନଆଇସି ଡିଜିଏମ ଜ୍ଞାନ ରଞ୍ଜନ ସେଠୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ l ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ ଗୌରାଙ୍ଗ ଚରଣ ଗିରି ଉପସ୍ଥିତ ଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ ମନୋରଞ୍ଜନ ରାଉତ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ ସଚ୍ଚିଦାନନ୍ଦ ମିଶ୍ର, ଡ଼ିପିଏମ ଡ଼.ମନୋରଞ୍ଜନ ସାହୁ ତଦାରଖ କରିଥିଲେ l
ଏହି କାର୍ଯ୍ୟକ୍ରମକୁ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ,ଆସିଷ୍ଟାଣ୍ଟ ମ୍ୟାନେଜର ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ମମତା ଦାଶ ପରିଚାଳନା କରିଥିଲେ l ଏହି ସ୍ୱାସ୍ଥ୍ୟ କ୍ୟାମ୍ପରେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡ଼ ଶୁଭଶ୍ରୀ ଜେନା, ମହିଳା ସ୍ୱାସ୍ଥ୍ୟ କର୍ମୀ, ନର୍ସିଙ୍ଗ ଅଫିସର, ପରାମର୍ଶ ପ୍ରଦାନକାରି ଓ ଆଶା କର୍ମୀ ଉପସ୍ଥିତ ଥିଲେ l ଅନ୍ୟମାନଙ୍କ ମଧ୍ୟରେ ଆସିଷ୍ଟାଣ୍ଟ ମ୍ୟାନେଜର ଶ୍ୟାମସୁନ୍ଦର ବରାଳ, ଜ୍ୟୋସ୍ନାରାଣୀ ନାୟକ, ଜିତେନ୍ଦ୍ର ଖଡ଼ିରତ୍ନ, ଅମିତ ପଣ୍ଡା ପ୍ରମୁଖ ଉପସ୍ଥିତ ରହିବା ସହିତ ସରକାରୀ ଏ ଏନ ଏମ ତାଲିମ କେନ୍ଦ୍ର ର ଦ୍ୱିତୀୟ ବର୍ଷର ଦଶ ଜଣ ଛାତ୍ରୀଙ୍କ ସହିତ ତାଙ୍କ ପ୍ରିନସିପାଲ ଭାରତୀ ସ୍ୱାଇଁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l
Sign in
Sign in
Recover your password.
A password will be e-mailed to you.