ପାୱାରଟିଲରରେ ପଶିଥିବା ଯୁବକଙ୍କୁ କଟକ ରେଫର କରାଗଲା।

3

କେନ୍ଦୁଝର, ତା ୨୧/୯- କାଲି ଅପରାହ୍ନରେ ଜଣେ ଯୁବକ ଗୁରୁତର ଅବସ୍ଥାରେ ପାୱାରଟିଲର ଅଂଶ ସହ ଫସି ଥିବା ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ସର୍ଜରୀ ବିଭାଗରେ ଭର୍ତ୍ତି ହୋଇଥିଲେ। ଚାଷ କଲାବେଳେ ଏହି ଯୁବକ ପାୱାରଟିଲର ଭିତରେ ଲାଖି ଯାଇଥିଲେ ତେଣୁ ତାଙ୍କର ଗୋଡ଼ ଭାଙ୍ଗି ଲଟକି ରହିଥିଲା। ସେ ଗୁରୁତର ଥିବାରୁ କେନ୍ଦୁଝର ଜିଲ୍ଲା ମେଡିକାଲ ପକ୍ଷରୁ ତାଙ୍କୁ କଟକ ରେଫର କରାଯାଇଥିଲା। ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆଗରୁ ଅସ୍ଥି ଶଲ୍ୟ ଅସ୍ତ୍ରୋପଚାର ଓ ସାଧାରଣ ସର୍ଜରୀ ହେଉଥିବା ବେଳେ ଏବେ ଆଉ ହେଉନି ରୋଗୀଙ୍କୁ କଟକ ରେଫର କରାଯାଉଥିବାରୁ ସାଧାରଣରେ ବିରକ୍ତି ପ୍ରକାଶ ପାଇଛି। ମେଡିକାଲ କଲେଜ ହେବା ପରେ ମଧ୍ୟ ସ୍ଥିତି ସେପରି ଲାଗି ରହିଥିବାରୁ ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀରେ ସ୍ୱାସ୍ଥ୍ୟ ସେବାର ଏପରି ଘୋର ଅବ୍ୟବସ୍ଥା ନେଇ ସମାଧାନ କରିବାକୁ ଦାବି ହେଉଛି। ତେବେ ସୂଚନା ମିଳିଲା କି ଉକ୍ତ ଯୁବକ ପାଟଣା ବ୍ଲକ ଅନ୍ତର୍ଗତ ସରାସକେଲା ଗ୍ରାମ ପଞ୍ଚାୟତର ଜିଆଣିସାହି ଗ୍ରାମର ସଞ୍ଜୟ ମହାନ୍ତ(୪୦),ପିତା- ଋଷିନାଥ ମହାନ୍ତ। ସେ ଚାଷ କଲା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ତେବେ ସ୍ଥାନୀୟ ଅଗ୍ନିଶମ ବାହିନୀ ପକ୍ଷରୁ ପାୱାରଟିଲର କାଟି ତାଙ୍କୁ ପାଟଣା ଡାକ୍ତରଖାନା ଦେଇ କେନ୍ଦୁଝର ପଠା ଯାଇଥିଲା। ଏବେ ସେ ଭୁବନେଶ୍ୱରରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣା ଯାଇଛି।

Leave A Reply

Your email address will not be published.