କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ): କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ବ୍ଲକ ସୁନିତି ପଞ୍ଚାୟତ ଅନ୍ତର୍ଗତ ବେଣାକନ୍ଦା ଗ୍ରାମରେ ଏକ ଦୁର୍ଭାଗ୍ୟ ଜନକ ଘଟଣା ଘଟିଛି । ଗୋବରୀ ନଦୀ ପାଖକୁ ଯାଇଥିବା ଲକ୍ଷ୍ମୀ ଦଳାଇ ନାମକ ଜଣେ ମହିଳାଙ୍କୁ ଏକ କୁମ୍ଭୀର ଆକସ୍ମିକ ଭାବରେ ଆକ୍ରମଣ କରିଥିଲା ।ସ୍ଥାନୀୟ ଲୋକ ମାନଙ୍କ କହିବା ଅନୁସାରେ, ନରହନ୍ତା କୁମ୍ଭୀରଟି ଲକ୍ଷ୍ମୀ ଦଳାଇଙ୍କୁ ଟାଣି ନେଇ ନଦୀର ଗଭୀର ଜଳ ଭାଗକୁ ପହଞ୍ଚାଇଥିଲା । ସ୍ଥାନୀୟ ଲୋକେ ବହୁତ ଚେଷ୍ଟା କରିଥିଲେ ମଧ୍ୟ କୁମ୍ଭୀର କବଳରୁ ତାଙ୍କୁ ମୁକ୍ତ କରି ପାରିନଥିଲେ ।ଘଟଣା ପରେ ଅଞ୍ଚଳରେ ଭୟଭୀତ ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟଜୀବ ବିଭାଗ ଓ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସନ୍ଧାନ ଅଭିଯାନ ଆରମ୍ଭ କରିଛନ୍ତି । କିନ୍ତୁ ଲକ୍ଷ୍ମୀ ଦଳାଇଙ୍କ କୌଣସି ଖୋଜ ଖବର ମିଳିନାହିଁ ।
ଗୋବରୀ ନଦୀ ଅଞ୍ଚଳରେ ପ୍ରାୟଶଃ କୁମ୍ଭୀର ଆକ୍ରମଣ ଘଟି ଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ବ୍ୟାପିଛି । ଗ୍ରାମବାସୀ ମାନେ ସରକାର ଓ ବନ୍ୟଜୀବ ବିଭାଗକୁ ଏପରି ଘଟଣା ପୁଣିଥରେ ନ ହେବା ପାଇଁ ପ୍ରଭାବଶାଳୀ ପଦକ୍ଷେପ ନେବା ପ୍ରତି ଆଶା ବ୍ୟକ୍ତ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post