କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲା ଅବକାରୀ ବିଭାଗ ଆଜି ଦୁଇଟି ଅଲଗା ଅଭିଯାନରେ ବ୍ରାଉନ ସୁଗାର ଓ ଗଞ୍ଜେଇ ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପ୍ରଥମ ଘଟଣାରେ, ପଟ୍ଟାମୁଣ୍ଡାଇ ଟାଉନ୍ ଥାନା ଅନ୍ତର୍ଗତ ପୋଖରିଆପଡା ଗ୍ରାମର ଜଣେ ବ୍ୟକ୍ତି ୫୦ ଗ୍ରାମ୍ ବ୍ରାଉନ ସୁଗାର ନେଇ ସ୍କୁଟିରେ ଯାଉଥିବା ସମୟରେ ଅବକାରୀ ଦଳ ମାଡ଼ିବସିବା ସହ ଗିରଫ କରିଥିଲେ। ଏହା ସହିତ ଦ୍ୱିତୀୟ ଘଟଣାରେ ମାର୍ଶାଘାଇ ଥାନା ଅନ୍ତର୍ଗତ ସାନଗାଁ ଗ୍ରାମରୁ ଜଣେ ବ୍ୟକ୍ତିଙ୍କୁ ଦେଢ କିଲୋଗ୍ରାମ୍ ଗଞ୍ଜେଇ ସହିତ ଧରିବାକୁ ସମର୍ଥ ହୋଇଛନ୍ତି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ବେଳେ ଜିଲ୍ଲା ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.