ଆନ୍ତରାଜ୍ୟ ଛିନତାଇ ଗ୍ୟାଙ୍ଗର ୪ଜଣ ଗିରଫ

3

ଜବତ ସୁନାହାର, ୨ଟି ପଲସର ବାଇକ ଓ ମୋବାଇଲ ଜବତ

ବାରିପଦା/ଦିଲ୍ଲୀପ ମହାନ୍ତି – ଗଣେଷ ପୂଜା ସମୟରେ ବାରିପଦା ସହରରେ ଛିନତାଇ କରୁଥିବା ଆନ୍ତରାଜ୍ୟ ଛିନତାଇ ଗ୍ୟାଙ୍ଗର ୪ଜଣକୁ ଗିରଫ କରିବାରେ ବାରିପଦା ଟାଉନ ଥାନା ପୁଲିସ ସଫଳ ହୋଇଛନ୍ତି। ସେମାନେ ହେଲେ ପଶ୍ଚିମବଙ୍ଗର ଦୀଘା ଅଞ୍ଚଳର ଦୀପକ ଦାସ ଓ ସୁଜୟ ଖାଁ ଏବଂ ଝାରଖଣ୍ଡ ଅଞ୍ଚଳର ସୁଜିତ ସାହା ଓ ରାଜୁ ସିଂ। ଗଣେଶ ପୂଜା ଭିଡ଼ରେ ଉକ୍ତ ଗ୍ୟାଙ୍ଗ ଛିନତାଇ କରିଥିଲେ। ଲାଲବଜାର ସ୍ଥିତ ଶ୍ରୀରାମଚନ୍ଦ୍ର ପାଠାଗାର ନିକଟରୁ ମମତା ରଣାଙ୍କ ଠାରୁ ସୁନାହାର ଛିନତାଇ କରିଥିଲେ। ଏନେଇ ମହିଳା ଜଣକ ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ଦିନ ପ୍ରାୟ ୧୨ ସମୟରେ ମହିଳା ଜଣକ ରାସ୍ତା କଡରେ ଚାଲିକି ଯାଉଥିବା ବେଳେ ଛିନତାଇ କରି ୨ଜଣ ଦୁର୍ବୁତ୍ତ ନମ୍ବର ବିହୀନ କଳା ପଲସର ବାଇକରେ ଚମ୍ପଟ ମାରିଥିଲେ। ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ। ଏନେଇ ପୁଲିସ ସ୍ଥାନୀୟ ଅଞ୍ଚଳର ସିସି ଟିଭି ସହାୟତାରେ ଯାଞ୍ଚ କରିଥିଲେ। ଏହାର କିଛି ଦିନର ବ୍ୟବଧାନ ପରେ ପୁଣି ଉକ୍ତ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଠାରୁ ଛିନତାଇ ଉଦ୍ୟମ କରିବା ବେଳେ ଦୁର୍ବୁତ୍ତ ଜଣକ ବାରିପଦା ଟାଉନ ଥାନା ପୁଲିସ କାବୁ କରିଥିଲେ। ଦୁର୍ବୁତ୍ତକୁ ବାରିପଦା ଟାଉନ ଥାନା ପୁଲିସ ଗିରଫ କରି ତଦନ୍ତ ଜାରି ରଖିଥିଲେ। ତେବେ ଗ୍ୟାଙ୍ଗଟି ଆନ୍ତରାଜ୍ୟ ଅଞ୍ଚଳର ହୋଇଥିବାରୁ ବାରିପଦା ଟାଉନ ଥାନା ଅଧିକାରୀ କରୁଣାକର ରାଉତଙ୍କ ନେତୃତ୍ୱରେ ଏକ ଟିମ ପଶ୍ଚିମବଙ୍ଗକୁ ଯାଇ ଅନ୍ୟ ମାନଙ୍କୁ ଧରିବା ସହ ଛିନତାଇ ସୁନା, ୨ଟି କଳା ପଲସର ବାଇକ ଓ ୪ଟି ମୋବାଇଲ ଜବତ କରିଥିଲେ। ଗିରଫ ମାନଙ୍କୁ ପୁଲିସ କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.