ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୩/୦୯/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ନୂତନ ଭତ୍ତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ବୀଣା ମାଝୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ପ୍ରତିନିଧି ଅଶୋକ ପାଢ଼ୀ,ସାଂସଦ ଙ୍କ ପ୍ରତିନିଧି ସୋମନାଥ ପୂଜାରୀ, ବିଡିଓ ଶରତ ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ରନ୍ଧାରି ଅସହାୟ,ଗରିବ, ବିକଳାଙ୍ଗ, ବୃଦ୍ଧ ବୃଦ୍ଧା ଙ୍କୁ ଚିହ୍ନଟ କରି ସରକାରୀ ଯୋଜନା ରେ ସାମିଲ କରିବା ସହ ଭତ୍ତା ପ୍ରଦାନ କରାଯିବା ଉପରେ ଗୁରୁତ୍ଵ ଦେଇଥିଲେ। ଡାବୁଗାଁ ନିର୍ବାଚନ ମଣ୍ଡଳୀ ରେ ଶିକ୍ଷା,ସ୍ବାସ୍ଥ୍ୟ, ଗମନା ଗମନ ସହ ପ୍ରତ୍ୟେକ କ୍ଷେତ୍ରରେ ଜିଲ୍ଲାରେ ୧ ନମ୍ବର କରିବାକୁ କହିଥିଲେ। ଗଣଶିକ୍ଷାମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ ପାଢ଼ୀ ରାଜ୍ୟ ନେତୃତ୍ଵାଧୀନ ବିଜେପି ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ଯେପରି ସୁଭଦ୍ରା ଯୋଜନା ,କୃଷକ ମାନଙ୍କ ଧାନ କ୍ରୟ ଦର ବୃଦ୍ଧି,ଆବାସ ଯୋଜନା ରେ ହିତାଧିକାରୀଙ୍କୁ ଅଧିକ ସଂଖ୍ୟାରେ ସାମିଲ କରିବା ବିଷୟରେ କହିଥିଲେ। ଏହି ଅବସରରେ ପୂର୍ବରୁ ଚିହ୍ନଟ ହୋଇଥିବା ବ୍ଲକ ର ୧୨ ଗୋଟି ପଞ୍ଚାୟତ ର ୧୨୨ ଜଣ ହିତାଧିକାରୀଙ୍କୁ ମଧୁବାବୁ ଓ ଇନ୍ଦିରା ଗାନ୍ଧୀ ପେନସନ ଯୋଜନା ରେ ଅତିଥି ମାନଙ୍କ ଦ୍ଵାରା ଭତ୍ତା ବଣ୍ଟନ କରାଯାଇଥିଲା। ଦିବ୍ୟାଙ୍ଗ , ବୃଦ୍ଧ ବୃଦ୍ଧା,ବିଧବା ମହିଳା ମାନଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମ କୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ପିଇଓ ଏଡି ପ୍ରସାଦ ସହଯୋଗ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିପିଇଓ ପଦ୍ମନାଭ ଭାଲ୍ଲା ,ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ,ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ, ଧନ ସିଂ ଭତରା, ବିଜେପି ଜୋନ ୧ ମଣ୍ଡଳ ସଭାପତି ଜଗଦିଶ ଭତରା,ଜୋନ ୨ ସଭାପତି ମନୋଜ ପାତ୍ର,ବିଜେଡି ନେତା ଏମ ଆପ୍ପା ରାଓ,ବ୍ଲକ କଂଗ୍ରେସ ସଭାପତି ଜି ସାଇ ରାଜୁ,ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ମିଶ୍ର, ଶୁଭଜିତ ପାଣିଗ୍ରାହି, ଜେ ରାଜ ଶେଖର ରାଓ, ଆର ପ୍ରକାଶ ରାଓ, ପାପିନି ମୁନି,ନରେଶ ସିଂ ସହ ବ୍ଲକ ର ସମସ୍ତ ପିଇଓ ,ସରପଞ୍ଚ,ସମିତି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
ସ୍ଵତନ୍ତ୍ର ପୋଲିସ୍ ୟୁନିଟ ଅଧିକାରୀ ଙ୍କ ନିମନ୍ତେ କିଶୋର ନ୍ୟାୟ ଆଇନ ସମ୍ବନ୍ଧିତ ଦିନିକିଆ ସଚେତନତା କାର୍ଯ୍ୟକ୍ରମ
Next Post