ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

3

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୩/୦୯/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡ କ୍ରସ୍ ତରଫରୁ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡକ୍ଟର ବଦ୍ରି ପ୍ରସାଦ ନାୟକ ଯୋଗ ଦେଇ ପ୍ରାଥମିକ ଚିକିତ୍ସା ର ଆବଶ୍ୟକତା ଉପରେ କହିଥିଲେ। ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳନ ର ଆବଶ୍ୟକତା ,ପ୍ରାଥମିକ ଚିକିତ୍ସା ପ୍ରଣାଳୀ ,ଦୈନନ୍ଦିନ ଜୀବନ ରେ ଆବଶ୍ୟକତା,ରାସ୍ତାରେ କେହି ଦୁର୍ଘଟଣା ଗ୍ରସ୍ତ ହେଲେ ତାକୁ କିପରି ମାନବ ସହାୟତା ପ୍ରଦାନ କରାଯାଇ ବହୁମୂଲ୍ୟ ଜୀବନ ବଞ୍ଚା ଯାଇ ପାରିବ ସେ ନେଇ ବିସ୍ତୃତ ଭାବେ କହିଥିଲେ। ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସର ଦ୍ଵିତୀୟ ଶନିବାର ଦିନ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହେଉଥିବା କହିଥିଲେ। ଆମ ଆଖ ପାଖରେ ଛୋଟ ବଡ ଦୁର୍ଘଟଣା , ଆକସ୍ମିତ କାହାର ହୃଦଘାତ ହେବା,ସାପ କାମୁଡା , ବିଦ୍ୟୁତ୍ କିମ୍ବା ନିଆରେ ପୋଡି ଆଘାତ ହେବା , ଅଂଶୁଘାତ ଭଳି ଘଟଣା ଘଟିଥାଏ । ଏହାକୁ ଆମେ ଧୈର୍ଯ୍ୟ ର ସହ ମୁକାବିଲା କରି ପୀଡିତା କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କଲେ ଗୋଟିଏ ଅମୂଲ୍ୟ ଜୀବନ ରକ୍ଷା ପାଇବ ବୋଲି କହିବା ସହ ମାନବ ସେବା ହିଁ ମାଧବ ସେବା ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଯୁବ ରେଡ କ୍ରସ ସଂଯୋଜକ ତଥା ଅଧ୍ୟାପକ ଶିବ ପ୍ରସାଦ ସାହୁ ,ଅଧ୍ୟାପକ ସନ୍ତୋଷ ସିଂ ଲାଲ, ନବୀନ କୁମାର ନାଗେଶ,ସରୋଜ ବଡକିଆ, ଲିପୁ ଚାନ୍ଦ ମାଝୀ, ପଦମ ଭତରା,ଅଧ୍ୟାପିକା ପ୍ରତୀକ୍ଷା ପ୍ରିୟଦର୍ଶିନୀ ସ୍ୱାଇଁ,ରଶ୍ମିତା ପାଢ଼ୀ, ଖୁଲଣ ବତି ପୂଜାରୀ ସହ ଅନ୍ୟମାନେ ଉଅସ୍ଥିଟ ଥିଲେ।

Leave A Reply

Your email address will not be published.