ବାରିପଦା/ଦିଲ୍ଲୀପ ମହାନ୍ତି – ପରକ୍ରିୟା ପ୍ରୀତି ସନ୍ଦେହରେ କଙ୍ଗାରୁ କୋର୍ଟ, ବିଦ୍ୟୁତ ଖୁଣ୍ଟରେ ମହିଳା ସମେତ ଦୁଇ ଜଣ ଯୁବକଙ୍କୁ ବାନ୍ଧି ଗ୍ରାମବାସୀ ସଂଘବଧ ଆକ୍ରମଣ କରିଛନ୍ତି। ଏଭଳି ଏକ ଅମାନବୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ବେଗୁନିଆ ଗାଁରେ। ଦୁଇ ଯୁବକ ଓ ଜଣେ ମହିଳାଙ୍କୁ ଅମାନୁଷିକ ଭାବେ ନିସ୍ତୁକ ପିଟିଛନ୍ତି। ଖବର ପାଇ ଯଶିପୁର ଥାନା ପୋଲିସ ତିନି ଜଣଙ୍କୁ ଉଦ୍ଧାର କରିବା ସହ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ଅନୁଯାୟୀ, ଶୁକ୍ରବାର ମହିଳା ଜଣକ ହାଟ ସଉଦା କରିବାରେ ସାହାଯ୍ୟ କରିବା ପାଇଁ ନିକଟସ୍ଥ କାଶୀପାଳ ଗାଁରୁ ତାଙ୍କ ସମ୍ପର୍କୀୟ ଦୁଇ ଜଣ ଦିଅରଙ୍କୁ ନେଇ ଯଶିପୁର ଯାଇଥିଲେ। ବଜାରରୁ ଅପରାହ୍ନ ୪ଟା ସମୟରେ ଏକ ବାଇକ ଯୋଗେ ନିଜ ଗାଁକୁ ଫେରିଥିଲେ। ଉକ୍ତ ସମୟରେ ଦୁଇ ଯୁବକଙ୍କ ସହ ମହିଳାଙ୍କୁ ଦେଖି ହଠାତ ମହିଳାଙ୍କ ପରିବାର ଲୋକଙ୍କ ସହ ଗାଁ ଲୋକେ ସେମାନଙ୍କୁ ଗାଁ ଛକରୁ ପିଟା ମରା ଆରମ୍ଭ କରିଥିଲେ। ଗ୍ରାମ ନିକଟସ୍ଥ ଏକ ପଡିଆରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ୩ଜଣଙ୍କୁ ବାନ୍ଧି ଗ୍ରାମବାସୀ ମାନେ ବିଧା ଗୋଇଠା ସହ ଠେଙ୍ଗା ବାଡ଼ି ଚପଲରେ ନିସ୍ତୁକ ପିଟିଥିଲେ। ସନ୍ଧ୍ୟା ସମୟରେ ଖବର ପାଇ ଯଶିପୁର ପୋଲିସ ଲୋକଙ୍କ ଠାରୁ ଉଦ୍ଧାର କରି ସେମାନଙ୍କୁ ଯଶିପୁର ମେଡିକାଲ ଆଣି ଭର୍ତ୍ତି କରିଥିଲେ। ଏହାପରେ ଯଶିପୁର ଥାନାରେ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଏହି ଘଟଣାରେ ୭ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରହିଛି।
Sign in
Sign in
Recover your password.
A password will be e-mailed to you.