ନାକା ଯାଞ୍ଚ ବେଳେ ଗଞ୍ଜେଇ ଜବତ କଲା ପୁଲିସ:ଜଣେ ଗିରଫ, ବାଇକ ଓ ମୋବାଇଲ ଜବତ

3

ବାରିପଦା- ପାର୍ବଣକୁ ନେଇ ବାରିପଦା ସହରରେ ଅପରାଧିକ କାର୍ଯ୍ୟକଳାପ ରୋକିବା ପାଇଁ ପୁଲିସ ପକ୍ଷରୁ କଡାକଡି ଭାବେ ନାକା ଯାଞ୍ଚ ଜାରି ରହିଛି। ଯାଞ୍ଚ ସମୟରେ ଭଞ୍ଜପୁର ଥାନା ପୁଲିସ ଦ୍ଵାରା ଗଞ୍ଜେଇ ଜବତ ହୋଇଛି। କାରବାର କରିବାକୁ ବାଇକରେ ନେଇ ଯାଉଥିବା ବେଳେ ୨କିଲୋ ଗଞ୍ଜେଇ ଜବତ ସହ ଜଣେ ଗିରଫ ହୋଇଛନ୍ତି। ଗିରଫ ଜଣକ ହେଲେ ଖୁଣ୍ଟା ଥାନା ଅନ୍ତର୍ଗତ କୁଆଁମରା ଗ୍ରାମର ସୁଧାଂଶୁ ବେହେରା(୩୭)। ପୁଲିସ ଦ୍ଵାରା ମୁର୍ଗାବାଡ଼ି ଛକ ନିକଟରେ ନାକା ଯାଞ୍ଚ ଜାରି ଥିବା ବେଳେ ସନ୍ଦେହ ହେବାରୁ ସୁଧାଂଶୁକୁ ଅଟକାଇ ଯାଞ୍ଚ କରିଥିଲେ। ବାଇକ ସିଟ ତଳେ ଗଞ୍ଜେଇ ଲୁଚାଇ କାରବାର ପାଇଁ ନେଉଥିବା ବେଳେ ପୁଲିସ ଜବତ କରିଛନ୍ତି। ସେ ବାଙ୍ଗିରିପୋଷି ଅଞ୍ଚଳର ରାଜୀବ ସେଠିଙ୍କ ଠାରୁ ଗଞ୍ଜେଇ ଆଣି ବେପାର କରୁଥିବା ନେଇ ମାନିଛନ୍ତି। ମାଜିଷ୍ଟ୍ରେଟ ଉପସ୍ଥିତରେ ୨କିଲୋ ଗଞ୍ଜେଇ ଓଜନ କରି ଜବତ କରାଯାଇଛି। ଏହାସହିତ ବାଇକ ଓ ୨ଟି ମୋବାଇଲ ଜବତ କରାଯାଇଛି। ଗଞ୍ଜେଇ କାରବାରକୁ ନେଇ ଭଞ୍ଜପୁର ଥାନାରେ ଏନଡିପିସି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.