ବାରିପଦା/ଦିଲ୍ଲୀପ ମହାନ୍ତି : ମୟୁରଭଞ୍ଜ ସରକାରୀ ହାଇସ୍କୁଲ ଏନପିଏସ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଏହାସହିତ ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ଅନୁଯାୟୀ, ୬ ବର୍ଷ ଚୁକ୍ତି ଅବଧିକୁ ମୂଳ ଚାକିରିରେ ଯୋଡି ୬ଟି ନ୍ୟାସନାଲ ଇଂକ୍ରିମେଣ୍ଟ ପ୍ରଦାନ କରିବା, ସରକାରୀ ମାଧ୍ୟମିକ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ କ୍ୟାଡର ପୁର୍ନଗଠନ, ହିନ୍ଦୀ, ସଂସ୍କୃତ ଏବଂ ଶାରୀରିକ ଶିକ୍ଷା ଶିକ୍ଷକଙ୍କୁ ରାଜ୍ୟ କ୍ୟାଡର ଭୁକ୍ତ କରିବା, ୪୨୦୦ ରୁ ୪୬୦୦ ଓ ୨୮୦୦ ରୁ ୪୨୦୦ ଏଣ୍ଟ୍ରି ପେ ପ୍ରଦାନ ଏବଂ ୨୦୧୬ ବ୍ୟାଚର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟମିତ ହୋଇଥିବା ଦିନ ଠାରୁ ଆର୍ଥିକ ରାଶି ତଥା ଏରିୟର ପ୍ରଦାନ, ବଦଳି କାର୍ଯ୍ୟକୁ ଯଥାଶୀଘ୍ର ତ୍ୱରାନ୍ୱିତ କରିବା ଆଦି ଦାବି ପୂରଣ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଦାବି ଜଣାଇଛନ୍ତି। ଦାବି ପୂରଣ ନହେଲେ ଆସନ୍ତା ସେପ୍ଟେମ୍ବର ୧୮ ତାରିଖରେ ରାଜ୍ୟ ସଂଘର ଆନ୍ଦୋଳନ ଡାକରାକ୍ରମେ ସାମିଲ ହୋଇ ଜୋରଦାର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.