ଦିନ ଦ୍ୱିପ୍ରହରରେ ସୁନା ହାର ଛିନତାଇ: ବିବାହ ମଣ୍ଡପ ସମ୍ମୁଖରୁ କଲେ ଛିନତାଇ

3

ବାରିପଦା- ବାରିପଦା ସହର ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ପୁଣି ଛିନତାଇ ହୋଇଛି। ଦିନ ଦ୍ୱିପ୍ରହରରେ ଜନଗହଳି ପୂର୍ଣ୍ଣ ବିବାହ ମଣ୍ଡପ ସମ୍ମୁଖରୁ ବ୍ୟକ୍ତିଙ୍କ ଠାରୁ ସୁନାହାର ଛିନତାଇ କରିଛନ୍ତି। ଏନେଇ ସୁନାମୁହିଁ ଅଞ୍ଚଳର ମୁରଲୀଧର ଜେନା ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ସେ ଷ୍ଟେସନ ବଜାର ଅଞ୍ଚଳର ବିବାହ ମଣ୍ଡପକୁ ଏକ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିଲେ। ମଣ୍ଡପ ମଧ୍ୟକୁ ପ୍ରବେଶ କରିବା ସମୟରେ ୨ଜଣ ଦୁର୍ବୁତ୍ତ ନମ୍ବର ବିହୀନ କଳା ପଲସର ବାଇକରେ ଆସି ତାଙ୍କୁ ଅଟକାଇଥିଲେ। ତାଙ୍କ ବେକରୁ ସୁନା ଚେନକୁ ଛିନତାଇ କରି ଚମ୍ପଟ ମାରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୧,୪୭,୦୦୦ ଟଙ୍କା ହେବ ବୋଲି ଉଲ୍ଲେଖ କରିଛନ୍ତି। ତେବେ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସିସି ଟିଭି ସହାୟତାରେ ଯାଞ୍ଚ କରି ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.