ଛିନତାଇ ହେବ କହି ବ୍ୟକ୍ତିଙ୍କୁ ଠକେଇ: ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

3

ବାରିପଦା- ଛିନତାଇ ହୋଇଯିବ ବୋଲି କହି ବ୍ୟକ୍ତିଙ୍କୁ ବୋକା ବନାଇ ସୁନା ଅଳଙ୍କାର ଠକେଇ କରି ନେଇଛନ୍ତି। ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ ନେଇ କାଲି ମନ୍ଦିର ଅଞ୍ଚଳର ପ୍ରଦୀପ କୁମାର ମହାନ୍ତି ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ସେ କୋଣସି କାମ ପାଇଁ ଲାଲ ବଜାର ଯାଇଥିଲେ। ସେଠାରେ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ସୁନା ଅଳଙ୍କାର ଛିନତାଇ ହେଉଥିବାର ଭୟ ଦେଖାଇ ପିନ୍ଧିଥିବା ଅଳଙ୍କାର ଖୋଲି ଦେବାକୁ କହିଥିଲେ। ଯାହାକୁ ନେଇ ବ୍ୟକ୍ତି ଜଣକ ସେ ପିନ୍ଧିଥିବା ସୁନା ହାର, ଲକେଟ ଓ ୪ଟି ମୁଦିକୁ ଖୋଲି ଏକ କାଗଜରେ ଗୁଡାଇ ତାଙ୍କୁ ପ୍ରଦାନ କରିଥିଲେ। କିନ୍ତୁ ସେ ଘରକୁ ଆସି ଦେଖିଲା ବେଳକୁ କାଗଜ ମଧ୍ୟରେ ସୁନା ଅଳଙ୍କାର ବଦଳରେ ଗୋଡି ଗୁଡାକ ଥିଲା। ଯାହାକୁ ନେଇ ଠକେଇ ହୋଇଥିବା ଜାଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗକ୍ରମେ ପୁଲିସ ମାମଲା ରୁଜୁ ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.