ଆଦିବାସୀ କୁଡୁମୀ ସମାଜର ସାମ୍ବିଧାନିକ ମୌଳିକ ଅଧିକାରକୁ ନେଇ ରାମଚନ୍ଦ୍ରପୁର ଠାରେ ବୈଠକ

3

କେନ୍ଦୁଝର,ତା୧୨/୯- କେନ୍ଦୁଝର ଜିଲ୍ଲା ସଦର ବ୍ଲକ ନରଣପୁର ଗ୍ରାମ ପଞ୍ଚାୟତର ରାମଚନ୍ଦ୍ରପୁର ଠାରେ ଆଦିବାସୀ କୁଡୁମୀ ସମାଜର ରାମଚନ୍ଦ୍ରପୁର ,ହରିଡ଼ାଗୋଠ, ଘଟଗାଁ ବ୍ଲକର ଉକୁଚାବେଡ଼ାର ଭାଇଭଉଣୀ ମାନଙ୍କୁ ନେଇ ରାମଚନ୍ଦ୍ରପୁର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାମଚନ୍ଦ୍ରପୁର ଗ୍ରାମର ସନାତନ ମହାନ୍ତ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ରୀୟ ପ୍ରବକ୍ତା ଶଶଧର କାଳୁଆର। ବୈଠକରେ ତିନୋଟି ଗ୍ରାମର ବସିଥିବା ଲୋକ ମାନଙ୍କୁ ନିଜ ଜାତିର ସଂସ୍କୃତି ପରମ୍ପରା ବିଷୟରେ ସଚେତନ କରିବା ସହ କୁଡୁମୀ ଜାତି ଆଗରୁ ଆଦିବାସୀ ଥିଲେ ଏବଂ ଆମକୁ ପୁଣି ଆଦିବାସୀ ମାନ୍ୟତା ଯଥାଶୀଘ୍ର ଦିଆଯାଉ ବୋଲି ବହୁବାର ସରକାରଙ୍କ ଠାରେ ଦାବି କରି ଆସୁଥିଲେ ସୁଦ୍ଧା ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି କିମ୍ବା ଶୁଣୁନାହାନ୍ତି ବୋଲି ଆଲୋଚନା ହୋଇଥିଲା । ତେଣୁ ଏକଜୁଟ୍ ହୋଇ ସମସ୍ତେ ସାମ୍ବିଧାନିକ ମୌଳିକ ଅଧିକାର ପାଇବା ପର୍ଯ୍ୟନ୍ତ ଲଢିବାକୁ ଆହ୍ଵାନ ଦିଆଯାଇଥିଲା। ତେଣୁ ସେପ୍ଟେମ୍ବର ୨୦ ତାରିଖରେ ନରଣପୁର ଠାରେ କୁଡୁମୀ ସମାଜର ବିଭିନ୍ନ ଦାବିକୁ ନେଇ ରେଳରୋକ ଡାକରା ଦିଆଯାଇଛି, ଏହି ରେଳରୋକରେ ଶହ ଶହ ସଂଖ୍ୟାରେ କୁଡୁମୀ ଭାଇ ଭଉଣୀ ଯୋଗ ଦେବାକୁ ନିବେଦନ କରାଯାଇଛି। ଅପରପକ୍ଷରେ ଆଦିବାସୀ କୁଡୁମୀ ସମାଜର ଗବେଷକ ଧନେଶ୍ଵର ମହାନ୍ତ କହିଥିଲେ କି ଆମେ ପ୍ରକୃତି ପୂଜକ ଆମର ସ୍ୱତନ୍ତ୍ର ପୂଜାବିଧି ରହିଛି ନିଜର ସଂସ୍କୃତି ପରମ୍ପରା ଆମର ନିଜର ରହିଛି ତେଣୁ ଯଥାଶୀଘ୍ର ଆଦିବାସୀ ମାନ୍ୟତା ଦେବାକୁ ସେ ଦାବି କରିଛନ୍ତି। ଓଡ଼ିଶା ଆଦିବାସୀ କୁଡୁମୀ ସମାଜର ସଭାପତି ଦୋଳ ଗୋବିନ୍ଦ ମହାନ୍ତ ଯୋଗଦେଇ କହିଛନ୍ତି ସଦର ବ୍ଲକର ଗାଁ ଗଣ୍ଡାରୁ କୁଡୁମୀ ସମାଜର ସମସ୍ତେ ସେପ୍ଟେମ୍ବର ୨୦ ତାରିଖରେ ନରଣପୁର ଠାରେ କୁଡୁମୀ ଜାତିର ସାମ୍ବିଧାନିକ ମୌଳିକ ଅଧିକାର ପାଇଁ ହେଉଥିବା ରେଳରୋକରେ ସାମିଲ ହେବାକୁ ନିବେଦନ କରିଛନ୍ତି। ଆଦିବାସୀ କୁଡୁମୀ ସମାଜପାଟଣା ବ୍ଲକର ସମ୍ପାଦକ ଭରତ ଚନ୍ଦ୍ର ମହାନ୍ତ ଯୋଗଦେଇ କହିଥିଲେ କି ଆମେ ସମସ୍ତେ ଏକତ୍ରିତ ହୋଇ ଲଢିବାକୁ ପଡ଼ିବ ଏବଂ ପାଟଣା ଅଞ୍ଚଳରୁ ବହୁ ସଂଖ୍ୟାରେ ଯୋଗ ଦେବେ ବୋଲି କହିଛନ୍ତି ଉପସଭାପତି ନରେନ୍ଦ୍ର ମହାନ୍ତ,ସହ ସମ୍ପାଦକ ଖଗେଶ୍ୱର ମହାନ୍ତ, ଲକ୍ଷ୍ମଣ ମହାନ୍ତ, ସମାଜସେବୀ ଚିତ୍ତରଞ୍ଜନ ମହାନ୍ତ ,ଭାରତୀ ମହାନ୍ତ ,ମମତା ମହାନ୍ତ, ବିରଞ୍ଚି ମହାନ୍ତ,ଉକୁଚାବେଡ଼ାର ପୂର୍ବତନ ସମିତି ସଭ୍ୟ ମାଧବ ମହାନ୍ତ ,ଋଷିନାଥ ମହାନ୍ତ,ଯଜାତି ମ‌ହାନ୍ତ
ସହ ବହୁସଂଖ୍ୟାରେ ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.