ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- : ରାଜ୍ୟ ସରକାର ନୂଆ ମୁନିସିପାଲଟି ଓ ଏନଏସି ଘୋଷଣା କରିବା ପରେ ଜିଲ୍ଲା ଘୋଷଣା କରିବା ନେଇ ମଧ୍ୟ ସବୁଜ ସଙ୍କେତ ଦେଇଛନ୍ତି। ଅନ୍ୟ ପଟେ ଡିସେମ୍ବର ଶେଷ ସୁଦ୍ଧା ନୂଆ ପଞ୍ଚାୟତ, ବ୍ଳକ,ସବ୍ ଡିଭିଜନ ଗଠନ ପାଇଁ ପୁନଃ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ମଧ୍ୟ ହେବ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ଦାବି ନେଇ ଆନ୍ଦୋଳନ କରୁଥିବା ସଂଗଠନ ମାନେ ଜିଲ୍ଲା ଘୋଷଣା ଦାବି ସମ୍ପର୍କରେ ପୁଣି ସେମାନଙ୍କ ସ୍ୱରକୁ ଶାଣିତ କରିବାରେ ଲାଗିଲେଣି । ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଗଞ୍ଜାମ ଜିଲ୍ଲାର ବଡ଼ ଭୂଖଣ୍ଡ ଭାବେ ପରିଚିତ ଭଞ୍ଜନଗର ଉପଖଣ୍ଡକୁ ସ୍ୱତନ୍ତ୍ର ଘୁମୁସର ଜିଲ୍ଲା ମାନ୍ୟତା ଦେବା ପାଇଁ ଦାବି ହୋଇ ଆସୁଥିବା ବେଳେ ରାଜସ୍ୱ ମନ୍ତ୍ରୀଙ୍କ ନୂତନ ଜିଲ୍ଲା ଗଠନ ସମ୍ପର୍କରେ ସବୁଜ ସଙ୍କେତ ସେହି ସଂଗଠନ ମାନଙ୍କୁ ସ୍ୱର ଉତ୍ତୋଳନ ପାଇଁ ଇନ୍ଧନ ଯୋଗାଇଛି। ଆଜି ଏ ସଂକ୍ରାନ୍ତରେ ଘୁମୁସର ବାହିନୀ ପକ୍ଷରୁ ବିଭିନ୍ନ ସଂଗଠନ କୁ ସାମିଲ କରି ଜିଲ୍ଲା ଦାବି ସମ୍ପର୍କିତ ଯଥାର୍ଥତା ନେଇ ଏକ ତଥ୍ୟ ସମ୍ବଳିତ ଦାବିପତ୍ର ବେଲଗୁଣ୍ଠା ତହସିଲଦାର କଳାକୃଷ ପ୍ରଧାନଙ୍କୁ ପ୍ରଦାନ କରିଛନ୍ତି। ସଂଗଠନ ପକ୍ଷରୁ ପୂର୍ବରୁ ମୁଖ୍ୟମନ୍ତ୍ରୀ,ରାଜସ୍ୱ,ଅର୍ଥ ମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ସଚିବ,ଦକ୍ଷିଣାଞ୍ଚଳ ଆୟୁକ୍ତ, ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସାମାଜିକ,ସାଂସ୍କୃତିକ,ରାଜନୈତିକ ଓ ଭୌଗଳିକ ଦୃଷ୍ଟି କୋଣରୁ ଭଞ୍ଜନଗର ଉପଖଣ୍ଡ ଅଧିନ ୮ ଟି ବ୍ଲକ ଓ ୫ ଟି ଏନଏସି କୁ ନେଇ ସ୍ବତନ୍ତ୍ର ଘୁମୁସର ଜିଲ୍ଲା ପାଇଁ ଯୋଗ୍ୟ ଅଟେ । ଏଥି ସହିତ ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟି ରୁ ଜିଲ୍ଲା ମୁଖ୍ୟାଳୟ ଛତ୍ରପୁର ୧୫୦ କି.ମି । ଜିଲ୍ଲାପାଳ ଙ୍କ କାଯ୍ୟାଳୟ କୁ କୌଣସି କାର୍ଯ୍ୟ ରେ ଯାଇ ପୁଣି ସେହି ଦିନ ଫେରିବା କୌଣସି ବ୍ୟକ୍ତି ବିଶେଷ ପକ୍ଷରେ ସମ୍ଭବ ନୁହେଁ । ଫଳରେ ଅଞ୍ଚଳର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲ୍ଲା ଗଠନ ନିମନ୍ତେ ଜନସାଧାରଣଙ୍କ ଆନ୍ତରିକତା ଓ ସମସ୍ୟା ଙ୍କୁ ହୃଦୟଙ୍ଗମ କରି ସରକାର ଜିଲ୍ଲା ଘୋଷଣା କରିବା ସମୟରେ ଘୁମୁସର ଜିଲ୍ଲା ଗଠନକୁ ପ୍ରାଥମିକତା ଦେଇ ପ୍ରଶାସନିକ ସ୍ତରରେ ପଦକ୍ଷେପ ନେବା ପାଇଁ ତହସିଲଦାର ଙ୍କୁ ଅବଗତ କରାଯାଇଛି। ବେଲଗୁଣ୍ଠା ତହସିଲଦାର ଙ୍କୁ ଅବଗତ କରାଯାଇଥିବl ଦାବିପତ୍ର ପ୍ରଦାନ ବେଳେ ସମ୍ବାଦ ସାହିତ୍ୟ ଘର୍,ବିପଦର ବନ୍ଧୁ,ରାଧାକୃଷ୍ଣ ପାଠାଗାର, କବି ସମ୍ରାଟ ମିଡିଆ କ୍ଳବ,ଘୁମୁସର ଲେଖିକା ସଂସଦ,ରାଧାକୃଷ୍ଣ ନଦିଆ ସଂଘ,କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଭାରତ ଲୀଳା ସଂଘ, ରୋଟାରୀ କ୍ଳବ,ଓଡ୍ର କାଳଞ୍ଜି ସମାଜ,ସାମ୍ବାଦିକ ସଂଘ, ବେଲଗୁଣ୍ଠା ପ୍ରେସ କ୍ଲବ, ବଣିକ ସଂଘ,ଅଟୋ ଆସୋସିଏସନ, ଗୋପବନ୍ଧୁ ଚାରି ଟ୍ରେବଲ ଟ୍ରଷ୍ଟ ସମେତ ଅନ୍ୟାନ୍ୟ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.