ହିଞ୍ଜିଳି : ହିଞ୍ଜିଳି ଥାନା ଅନ୍ତର୍ଗତ ବଇଁଚବଣିଆ ଅଞ୍ଚଳରେ ପ୍ରିୟଜୀତ୍ ଜେନା ନାମକ ଜଣେ ଯୁବକ ନିଜ ଭିଣୋଇ ଘରେ ପଙ୍ଖା ରେ ରଶି ଲଗାଇ ନିଜ ବେକରେ ଗୁଡେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଯୁବକ ର ଘର ଆଡପଡା ଫାଣ୍ଡି ଅଞ୍ଚଳରେ ହୋଇଥିବା ବେଳେ ସେ ତାଙ୍କର ଭିଣୋବୈଦୁର୍ଯ୍ୟମଣି ଙ୍କର ଘରେ ରହୁଥିଲା ଓ କୌଣସି କାମ ଧନ୍ଦା ନଥିବାରୁ ମାନସିକ ଅବସାଦ ରେ ରହୁଥିଲା। କିନ୍ତୁ ଗତକାଲି ତା ଭଉଣୀ ଶୋଇବା ଘରର ପଙ୍ଖା ବନ୍ଦ ଥିବା ଦେଖି ଭିତରକୁ ଗଲା ବେଳେ ଦେଖିଲେ ଯେ ଭାଇ ବେକରେ ରଶି ଗୁଡେ଼ଇ ପଙ୍ଖା ରେ ଝୁଲୁଛି।ସଙ୍ଗେ ସଙ୍ଗେ ସ୍ବାମୀ କୁ ଜଣାଇଥିଲେ ଓ ସ୍ବାମୀ ଆସି ତଳକୁ ଓହ୍ଲେଇ ଚିକିତ୍ସା ପାଇଁ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଭିଣୋଇ ଠାରୁ ଅଭିଯୋଗ ଗ୍ରହଣ କରି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post