ଶିକ୍ଷକ ଙ୍କୁ ଗୁରୁ ଗୌରବ ସମ୍ମାନ ପ୍ରଦାନ

3

ବାଲିକୁଦା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ରାଜ୍ୟ ଓ ଜାତୀୟ ପୁରସ୍କୃତ କୃତୀ ଶିକ୍ଷକ ତଥା ଜାତୀୟ ପୁରସ୍କୃତ ଅଣ ହିନ୍ଦୀ ଭାଷା ହିନ୍ଦୀ ଲେଖକ ଡକ୍ଟର ବିଷ୍ଣୁ ଚରଣ ସ୍ୱାଇଁ ଙ୍କୁ ୨୦୨୫ ମସିହାର ମର୍ଯ୍ୟାଦା ଜନକ ଗୁରୁ ଗୌରବ ସମ୍ମାନ ପ୍ରଦାନ କରାଯାଇଛି । ଦ୍ଵିଭାଷୀ ଲେଖକ ଡକ୍ଟର ସ୍ୱାଇଁ ଙ୍କ ଏଯାବତ୍ ଓଡ଼ିଆ ଓ ହିନ୍ଦୀ ଭାଷାର ୫୦ ରୁ ଉର୍ଦ୍ଧ ପୁସ୍ତକ ପ୍ରକାଶିତ ହୋଇଛି । କଟକ ସ୍ଥିତ କର୍ମବୀର ଗୌରୀ ଶଙ୍କର ରାୟ ସମ୍ମିଳନୀ କକ୍ଷରେ ଉତ୍କଳ ବିଦ୍ୟା ଗୌରବ ପରିଷଦ ଆନୁକୁଲ୍ୟରେ ପବିତ୍ର ଗୁରୁ ଦିବସ ଅବସରରେ ଆୟୋଜିତ ରାଜ୍ୟ ସ୍ତରୀୟ ଗୁରୁ ପୂଜନ ଓ ଗୁରୁ ଗୌରବ ସମ୍ମାନ ପ୍ରଦାନ ମହୋତ୍ସବରେ ଭୁବନେଶ୍ୱର କଳ୍ପତରୁ ଆଶ୍ରମର ମୁଖ୍ୟ ପରମହଂସ ସ୍ୱାମୀଜୀ ବ୍ରହ୍ମାନନ୍ଦ ସରସ୍ଵତୀ ମହାରାଜଜୀ ଉଦ୍ଘାଟକ ଭାବେ ଉପସ୍ଥିତ ରହି ଡଃ ସ୍ୱାଇଁ ଙ୍କୁ ଟ୍ରଫି, ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ । ପରିଷଦର ସଭାପତି ପ୍ରଫେସର ନଟବର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ପ୍ରଫେସର୍ କେଦାରନାଥ ମହାନ୍ତି, ମୁଖ୍ୟବକ୍ତା ଡାକ୍ତର ନିରଞ୍ଜନ ତ୍ରିପାଠୀ, ସମାଜର ପ୍ରାକ୍ତନ ସମ୍ପାଦକ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ, ପ୍ରଫେସର୍ ଡକ୍ଟର ଦୀପ୍ତି ରାଣୀ ସାମନ୍ତ, ଡାକ୍ତର ରବି ରଞ୍ଜନ ସାହୁ, ଆଡଭୋକେଟ୍ ଗୋକୁଳାନନ୍ଦ ପଟ୍ଟନାୟକ, ପ୍ରଧ୍ୟାପିକା ସନ୍ୟାସିନୀ ବିଦ୍ୟୁତ୍ କୁମାରୀ ଲାଲା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ, ପରିଷଦର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସୁରୁଖୁରରେ ଉତ୍ସବକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.