ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) ଠିକାଦାର ଭାଇ ଙ୍କର ଦାଦାଗିରି ,କଳାହାଣ୍ଡି ଜିଲ୍ଲା ଏମ ରାମପୁର ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ପିସ୍ତଲ ଦେଖାଇ ରାସ୍ତା କାମର ବିଲ୍ ପାସ୍ କରିବା ପାଇଁ ହତ୍ୟା ଧମକ ଦେଇଛନ୍ତି କଣ୍ଟାବାଞ୍ଜିର ଜଣେ ଠିକାଦାର ଆକାଶ ଅଗ୍ରୱାଲଙ୍କ ଭାଇ ନୀଲେଶ ଅଗ୍ରୱାଲ।। ଏ ନେଇ ଏମ ରାମପୁର ଥାନାରେ ଏତଲା ହୋଇଛି। ଏ ଆର ଏନ ଏସ ଇନ୍ଫ୍ରା ପ୍ରାଇଭେଟ ଲିମିଟେଡ଼ ଠିକା ସଂସ୍ଥାର ମାଲିକ ଆକାଶ ଅଗ୍ରୱାଲ। ପୂର୍ତ୍ତ ବିଭାଗ ପକ୍ଷରୁ ଠିକାଦାରଙ୍କୁ ଭଲ କାମ କରିବାକୁ ତାଗିଦ କରାଯାଇଥିଲା। ହେଲେ ବିଭାଗୀୟ ଅଧିକାରୀଙ୍କ କଥାକୁ ନ ଶୁଣି ମନଇଛା ଯେଣ ତେଣ ପ୍ରକାରେ ନିମ୍ନମାନର ରାସ୍ତା କାମ କରିଥିଲା। ପରେ ଠିକାଦାର ର ଭାଇ ନୀଲେଶ ଗତ 8 ତାରିଖ ଦିନ ତାର କିଛି ସହଯୋଗୀ ମିଶି ଏମ ରାମପୁର ସ୍ଥିତ ସରକାରୀ ବାସଭବନରେ ରହୁଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ଅନନ୍ତ ପ୍ରଧାନ ଓ ତାଙ୍କର ଆଉ ଦୁଇ ଜଣ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ। ତାଙ୍କ ପାଖକୁ ଆସିଥିଲେ ଓ ଶ୍ରୀ ପ୍ରଧାନ କୁ ପ୍ରଥମେ ଡାକିଥିଲେ। ପରେ ଏକ ରାସ୍ତା କାମର ବିଲ୍ ପାସ୍ କରିବାକୁ ବାଧ୍ୟ କରାଇଥିଲେ। ତା ସହିତ ଅଗ୍ରିମ ଟଙ୍କା ମାଗିଥିଲେ।ହେଲେ ଶ୍ରୀ ପ୍ରଧାନ କାମ ସରିଲା ପରେ ଓ ଠିକ୍ ଭାବରେ କାମ ସାରିଲେ ବିଲ୍ ପାସ କରିବି ବୋଲି କହିଥିଲେ। କିନ୍ତୁ ଠିକାଦାର ଉତ୍ୟକ୍ତ ହୋଇ ସାମ୍ନାରେ ଥିବା ଟେବୁଲ ବାଡେଇ ଥିଲେ। ଓ ବିଲ୍ ପାସ୍ କରିବାକୁ କହିଥିଲା । ତା ସହିତ ତା ସାଙ୍ଗରେ ଆସିଥିବା 10 ରୁ ଉର୍ଦ୍ଧ୍ବ ଯୁବକ ପାଟିତୁଣ୍ଡ କରିଥିଲେ। ଠିକାଦାର ଭାଇ ନୀଲେଶ ମରଣାସ୍ତ୍ର ଧରି ଓ ସେମାନଙ୍କ ମଧ୍ୟରୁ ଜଣେ ଅଣ୍ଟାରେ ରଖିଥିବା ପିସ୍ତଲ କାଢ଼ି ବିଲ୍ ନ କଲେ ଜୀବନରେ ମାରିଦେବାକୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କୁ ଧମକ ଦେଇଥିଲା। ତା ସହିତ ଶ୍ରୀ ପ୍ରଧାନଙ୍କୁ ଜାତିଆଣ ଆକ୍ଷେପ କରି ଧମକ ଦେଇ ଘଟଣାସ୍ଥଳରୁ ଫେରାର ମାରିଥିଲେ। ପରେ ଶ୍ରୀ ପ୍ରଧାନ ଏମ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ଏମ ରାମପୁର ଆଇ ଆଇ ସି ବିରବର ଭଗତ ଶ୍ରୀ ପ୍ରଧାନ ଙ୍କ ବାସଭବନ କୁ ଯାଇ ତଦନ୍ତ କରିଥିବା ଜଣାପଡିଛି।ନିମ୍ନମାନର କାମ କରି ମିଥ୍ୟା ବିଲ ପାସ କରାଇବା ପାଇଁ ଠିକାଦାର ହତ୍ୟା ଧମକ ଦେବା ଘଟଣା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
Sign in
Sign in
Recover your password.
A password will be e-mailed to you.
Next Post