ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ର ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ।

3

ସୁବର୍ଣ୍ଣପୁର ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ ) ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ସ୍ଵତନ୍ତ୍ର ବୈଠକ  ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତି  ସୂପାର ଠେଲାଙ୍କ ସଭାପତିତ୍ବରେ ପୂର୍ବାହ୍ନ ୧୦.୩୦ ଘଟିକା ସମୟରେ ଅନୁଷ୍ଠିତ ହୋଇଥିଲା । ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଜିଲ୍ଲା ପରିଷଦ ବୈଠକରେ ଉପସ୍ଥିତ ଥିବା ମାନ୍ୟବର ବିଧାୟକ,ଇଞ୍ଜିନିୟର ରଘୁନାଥ ଜଗଦଳା, ମାନ୍ୟବର ବିଧାୟକ ସୋନପୁରଙ୍କ ପ୍ରତିନିଧି, ସମସ୍ତ ଜିଲ୍ଲା ସଭ୍ୟ ସଭ୍ୟା, ସମସ୍ତ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଅଧ୍ୟକ୍ଷା ଓ ଉପସ୍ଥିତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ସ୍ଵାଗତ ଜଣାଇଥିଲେ। ଜିଲ୍ଲା ପରିଷଦ ବୈଠକର କାର୍ଯ୍ୟସୂଚୀ ଅନୁଯାୟୀ ଜିଲ୍ଲା ପରିଷଦ ବୈଠକରେ  ଆଲୋଚିତ ହୋଇ ପ୍ରସ୍ତାବ ଗୃହୀତ ହୋଇଥିଲା। ଜିଲ୍ଲା ପରିଷଦ ବୈଠକ ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.