କେନ୍ଦ୍ରାପଡ଼ାରେ ଖରସ୍ରୋତା ନଦୀରେ ମହିଳା ଉଦ୍ଧାର ।

3

କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଆଜି ଏକ ଅପ୍ରୀତିକର ଘଟଣା ସାମ୍ନାକୁ ଆସିଛି। ଗ୍ରାମ ସୀମାରୁ ବହୁଥିବା ଖରସ୍ରୋତା ନଦୀରେ ଜଣେ ମହିଳା ଅଚାନକ ଭାସିଯାଇଥିବା ଦେଖିବାକୁ ମିଳିଥିଲା। ସୂଚନା ଅନୁସାରେ, ଆଜି ପ୍ରାୟ ୧୧ଟା ସମୟରେ ମହିଳା ଜଣକ କିପରି ନଦୀରେ ପଡିଥିଲେ ତାହା ସ୍ପଷ୍ଟ ହୋଇନଥିଲା।
ଗୋବିନ୍ଦପୁର ଗ୍ରାମର କିଛି ଯୁବକ ତାଙ୍କୁ ନଦୀଜଳରେ ଭାସୁଥିବା ଅବସ୍ଥାରେ ଦେଖି ତୁରନ୍ତ ସଚେତନତା ସହ କାର୍ଯ୍ୟରେ ଲାଗିଥିଲେ। ସେମାନେ ପ୍ରାଣକୁ ବିପଦରେ ପକାଇ ନଦୀକୁ ଡେଇଁ ପଡିଥିଲେ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସମୟୋପଯୋଗୀ ପ୍ରୟାସରେ ମହିଳାଙ୍କୁ ସୁରକ୍ଷିତ ଭାବରେ କୂଳକୁ ଆଣିବାରେ ସେମାନେ ସଫଳ ହୋଇଥିଲେ।
ଗ୍ରାମବାସୀଙ୍କ ସଚେତନତା ଓ ମାନବିକତାର ଏହି ଉଦାହରଣ ପ୍ରଶଂସନିୟ । ଏହି ସମୟରେ ସହାୟତା ନ ମିଳିଥାନ୍ତା, ମହିଳାଙ୍କ ପ୍ରାଣରେ ବିପଦ ରହିଥାନ୍ତା।

Leave A Reply

Your email address will not be published.