ରାଜଗାଙ୍ଗପୁର,(ବିଷ୍ଣୁ ଭୋମିକ): ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ଼ ର ଇଡି ଚେତନ ଶ୍ରୀବାସ୍ତବ ଙ୍କୁ ଗିରଫ କରାଯାଉନାହିଁ। ତାଙ୍କ ବିରୋଧରେ ସଙ୍ଗୀନ ଦଫା ଲାଗିଥିଲେ ମଧ୍ୟ ତାଙ୍କୁ ପୋଲିସ ଏପର୍ଯ୍ୟନ୍ତ ଗିରଫ କରିନାହିଁ । ଏହା ସହ ତାଙ୍କ ୪ ସହଯୋଗୀଙ୍କ ନାଁ ରେ ଥାନା ରେ ମାମଲା ରୁଜୁ କରିଛି ପୋଲିସ। ଦିଲିପ ସାହୁ ଙ୍କ ପତ୍ନୀ ପ୍ରତିମା ସାହୁ ଅଭିଯୋଗ କ୍ରମେ ପୋଲିସ ସଙ୍ଗୀନ ଦଫା ଲଗାଇ ମାମଲା ରୁଜୁ କରିଛି। କିନ୍ତୁ ପରିତାପର ବିଷୟ ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରି କରିନାହିଁ। ଗତ ଅଗଷ୍ଟ ୩୦ ତାରିଖ ରେ ଫୁଟବଲ ପଡିଆ ନିକଟରେ ଥିବା ଗଣେଷ ପୂଜା ପେଣ୍ଡାଲ ନିକଟରେ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ଼ ର ଇଡି ଚେତନ ଶ୍ରୀବାସ୍ତବ ଓ ସ୍ଥାନ ସ୍ଥାନୀୟ ନେତା ଦିଲୀପ ସାହୁ ଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ଘଟଣାରେ ଦିଲିପ ସାହୁ ଙ୍କୁ ଆକ୍ରମଣ କରିବାରୁ ସେ ଗୁରୁତର ହୋଇ ପ୍ରଥମେ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ରାଉରକେଲା ସରକାରୀ ଚିକିତ୍ସାଳୟରେ ଚିକତ୍ସା ହୋଇଥିଲେ କିନ୍ତୁ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ବୁର୍ଲା ସ୍ଥିତ ସରକାରୀ ଚିକିତ୍ସାଳୟରେ ଚିକିତ୍ସା ହୋଇଛନ୍ତି l ଏନେଇ ଦିଲିପଙ୍କ ପତ୍ନୀ ପ୍ରତିମା ସାହୁ ଥାନା ରେ ଅଭିଯୋଗ ପରେ ପୋଲିସ ଡିସିବିଏଲ ର ଇଡି ଙ୍କ ସମେତ ୪ ଜଣଙ୍କ ନାଁରେ ସଙ୍ଗୀନ ଦଫା ଲଗାଇ ପୋଲିସ ମାମଲା ରୁଜ୍ଜୁ କରିଛି। ଏପର୍ଯ୍ୟନ୍ତ ଡିସିବିଏଲର ଇଡି ଚେତନ ଶ୍ରୀବାସ୍ତବ ଙ୍କୁ ଗିରଫ କରାଯାଉନାହିଁ କାହିଁକି ବୋଲି ଅଭିଯୋଗକାରିଣୀଙ୍କ ପକ୍ଷରୁ କୁହାଯାଇଛି ଯାହା ଫଳରେ ଅସନ୍ତୋଷ ବଢୁଛି। ଏକ ହାଇ ଭୋଲଟେଜ ମାମଲା ରେ ପୋଲିସ ର ନିରବ କୁ ନେଇ ନେଇ ପ୍ରଶ୍ନ ଉଠୁଛି।
Sign in
Sign in
Recover your password.
A password will be e-mailed to you.
Next Post