ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଆଲୋଚନା ଚକ୍ର

3

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ସାବିତ୍ରୀ ମହିଳା ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଗୁଣବତ୍ତା ନିଶ୍ଚିତତା କୋଷ ମିଳିତ ଆନୁକୁଲ୍ୟରେ ଆୟୋଜିତ ପlଠଚକ୍ର ଓ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଆଜି ସେପ୍ଟେମ୍ବର ମାସ ୯ ତାରିଖ ମଙ୍ଗଳ ବାର ୨୦୨୫ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରର ବିଷୟ ଥିଲା “ଲୋକନାଟ୍ୟ ପରମ୍ପରାରେ ଓଡ଼ିଶାରେ ଛଉ ନୃତ୍ୟ” ଏହି ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୁଶାନ୍ତ କୁମାର ମଲ୍ଲିକ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦୀନବନ୍ଧୁ ମହାନ୍ତି ଆଞ୍ଚଳିକ ମହାବିଦ୍ୟାଳୟ ସମବାୟ ସମିତି, ଟିକାବାଲି ର ଅଧ୍ୟକ୍ଷ ଯୋଗଦାନ କରି ଲୋକନୃତ୍ୟ ଉପରେ ଆଲୋଚନା କରିଥିଲେ । ଡକ୍ଟର ସୁଶାନ୍ତ କୁମାର ମଲ୍ଲିକ ଛାତ୍ରୀମାନଙ୍କ ଉଦ୍ଧେଶ୍ୟରେ ଦିଗ୍ ଦର୍ଶନ ଦେଇଥିଲେ । ଓଡ଼ିଆ ବିଭାଗ ମୁଖ୍ୟ ଶ୍ରୀଯୁକ୍ତ ଅମୂଲ୍ୟ କୁମାର ଶତପଥୀ, ଶ୍ରୀମତୀ ସ୍ଵର୍ଣ୍ଣମୟୀ ମହାରଣା, ସୁଶ୍ରୀ କମଳିନୀ ବେହେରା ଏବଂ ଶ୍ରୀମତୀ ଅଳକା ସ୍ୱାଇଁ ମଞ୍ଚାସିନ ଥିଲେ । ପଥାଚକ୍ରକୁ ପାଠ କରିଥିଲେ ସୁଶ୍ରୀ ସିମ୍ରନ୍ ସ୍ୱାଇଁ, ଯୁକ୍ତ ତିନି ତୃତୀୟ ବର୍ଷ ଛାତ୍ରୀ। ଉକ୍ତ ଆଲୋଚନାରେ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ଏହାପରେ ଓଡ଼ିଆ ବିଭାଗର ପ୍ରଥମ ବର୍ଷ ଛାତ୍ରୀମାନଙ୍କୁ ସ୍ବାଗତ କରାଯାଇଥିଲା । ଶେଷରେ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଛାତ୍ରୀ ସୁପ୍ରିୟା ଗୌଡ଼ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.