ରାୟଗଡ : ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ, ରାୟଗଡ ଜିଲ୍ଲା ତରଫରୁ ପରିବେଶ ସୁରକ୍ଷା ନେଇ ଏକ ଅଭିନଵ ପ୍ରୟାସ l ଉକ୍ତ କାର୍ଯ୍ୟକ୍ରମର ମୂଖ୍ୟ ଉଦେଶ୍ୟ ଥିଲା “ଶିଶୁ ଟିଏ କୁ ଗଛ ଟିଏ” l ବର୍ତ୍ତମାନ ପରିବେଶ ଅଧିକା ମାତ୍ରାରେ ଦୂଷିତ ହେବାରେ ଲାଗିଛି l ପରିବେଶ ଦୂଷିତ ହେବାର ମୂଳ କାରଣ ହେଉଛି ବହୁଳ ମାତ୍ରାରେ ଜଙ୍ଗଳର ଅବକ୍ଷେୟ l ଯେତିକି ପରିମାଣରେ ବୃକ୍ଷ କଟାଯାଉଛି ସେତିକି ପରିମାଣରେ ବୃକ୍ଷ ଲଗାଯାଉ ନାହିଁ l ଯାହାଫଳରେ ପରିବେଶର ସନ୍ତୁଳନ ରହୁ ନଥିବାରୁ ଜନ ଜୀବନ ପ୍ରଭାବିତ ହେବାରେ ଲାଗିଛି l ଜୀବ ଜଗତ ବଞ୍ଚିବା ପାଇଁ ମୁଖ୍ୟତଃ ଅମ୍ଳଜାନର ଆବଶ୍ୟକ କରିଥାଏ l କଳକାରଖାନା, ରାସ୍ତା ପ୍ରଶସ୍ତିକରଣ, କାଠ ଚୋରାଚାଲାଣ ବିଶେଷ କରି ବହୁତ ମାତ୍ରାରେ ଜଙ୍ଗଲ ନଷ୍ଟ ହେଉଛି l ଏହାକୁ ରୋକିବା ଦିଗରେ ସରକାରୀ ଓ ବେସରକାରୀ ସ୍ତରରେ ପଦକ୍ଷେପ ନିଆଯିବା ସହ ସମସ୍ତେ ସଚେତନ ହେବା ନିହାତି ଜରୁରୀ l ବର୍ତ୍ତମାନ ଠାରୁ ଯଦି ଆମେ ପରିବେଶ ପ୍ରତି ସଚେତନ ନ ହେବା ତାହେଲେ ଆଗାମୀ ପିଢ଼ି ନିଜର ଜୀବନ ବଞ୍ଚାଇବାରେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେବେ l ଏହାକୁ ନଜରରେ ରଖି ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ଏକ କାର୍ଯ୍ୟକ୍ରମ “ଶିଶୁ ଟିଏ କୁ ଗଛ ଟିଏ” ସଚେତନତା ସୃଷ୍ଟି କରିବାକୁ ପଦକ୍ଷେପ ନେଇଛି l ସ୍ଥାନୀୟ ତୁମ୍ବିଗୁଡା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳର ଛୋଟ ଛୋଟ ଶିଶୁ ମାନଙ୍କୁ ନେଇ ପରିବେଶ ଉପରେ ସଚେତନ ସୃଷ୍ଟି କରିବା ସହ ଉକ୍ତ ବିଦ୍ୟାଳରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଯେଉଁମାନଙ୍କ ମଧ୍ୟରୁ ଏହି ଦୁଇମାସ ମଧ୍ୟରେ ଜନ୍ମିତ ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିବା ପ୍ରାୟ ୧୫ଜଣ ଛାତ୍ରଛାତ୍ରୀ ମାନଙ୍କ ଜନ୍ମଦିନର ଉପହାର ନିମନ୍ତେ ଗୋଟିଏ ଗୋଟିଏ ବୃକ୍ଷ ଚାରା ଦିଆଯାଇ ନିଜ ନିଜର ଖାଲି ସ୍ଥାନରେ ରୋପଣ କରିବା ସହ କିପରି ଯତ୍ନ ନେବେ ଓ ପରିବେଶର ସୁରକ୍ଷା ନେଇ ସଚେତନ କରାଯାଇଛି l ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ସଭାପତି ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗା ଏଭଳି ସଚେତନ କାର୍ଯ୍ୟକ୍ରମ ଆଗାମୀ ଦିନରେ ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପରିବେଶ ସୁରକ୍ଷା ନେଇ ଏହିଭଳି କାର୍ଯ୍ୟକ୍ରମ କରାଯିବା ନେଇ ସୂଚନା ପ୍ରଦାନ କରିଛନ୍ତି l ଏହି ଅବସରରେ ଅତିଥିଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଶାନ୍ତ ପଟ୍ଟନାୟକ ଓ ବରିଷ୍ଠ ଆଇନଜୀବୀ ଶ୍ରୀ ପ୍ରଦୀପ କୁମାର ଦାଶ ଉପସ୍ଥିତ ରହି ପରିବେଶ ସୁରକ୍ଷା ଉପରେ ସଚେତନ କରାଇଥିଲେ l ତୁମ୍ବିଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜୟନ୍ତୀ ରାଓ, ସହକାରୀ ଶିକ୍ଷୟିତ୍ରୀ ସଂଯୁକ୍ତା ପାଢ଼ୀ, ସୁବାସିନୀ ଶବର, ସୁନିତା ମିଶ୍ର, ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ତ୍ରିପାଠୀ, ଶାନ୍ତୁନୁ ନାୟକ ଓ ଜଗଦୀଶ ଚନ୍ଦ୍ର ସାହୁ ଉପସ୍ଥିତ ରହିଥିବା ବେଳେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ସମ୍ପାଦକ ଶ୍ରୀ ମନୋଜ କୁମାର ସାହୁ, ଉପଦେଷ୍ଟା ଶ୍ରୀ କେ. କ୍ରିଷ୍ଣାମୂର୍ତ୍ତି, ଉପସଭାପତି ସନ୍ତୋଷ ଲମତା , ସଭ୍ୟ ବିଭୁ ଶତପଥୀ, ହରି ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ l
Sign in
Sign in
Recover your password.
A password will be e-mailed to you.