ମାଲକାନଗିରି,ସୁରେନ୍ଦ୍ର ବେମାଲ, ୯/୯/୨୫: ଓଡ଼ିଶା ସରକାରଙ୍କ ତରଫରୁ କୃଷି ଅତିରିକ୍ତ ସଚିବ ଶୁଭ୍ରାଂଶୁ ମିଶ୍ର ମାଲକାନଗିରି ଜିଲ୍ଲାର କୃଷିଭିତ୍ତିକ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ। ଯେଉଁଥିରେ ସେ କ୍ଷୁଦ୍ର ଶସ୍ୟ ଚାଷ ପ୍ରଦର୍ଶନ କ୍ଷେତ୍ର ପରିଭ୍ରମଣ କରିଥିଲେ ଏବଂ ଏମ ଭି ୭ ର ଉଚ୍ଚ ବିଦ୍ୟାଳୟରେ ଶ୍ରୀ ଅନ୍ନ ଯୋଜନା, ଜିଲ୍ଲା କୃଷି ବିଭାଗ ମାଲକାନଗିରି ତରଫରୁ ଆୟୋଜିତ ପାରମ୍ପରିକ କ୍ଷୁଦ୍ର ଶସ୍ୟ ଯୁକ୍ତ ଖାଦ୍ୟ ମେଳା ପରିଭ୍ରମଣ କରି ଏହାର ଉଦ୍ଘାଟନ କରିଥିଲେ ଏବଂ ଏହାର ଉପାଦେୟତା ଏବଂ ପୃଷ୍ଟିଶସ୍ୟ ଗୁଣବତ୍ତା ବିଷୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରିଥିଲେ। ତା ସହିତ କ୍ଷୁଦ୍ର ଶସ୍ୟ ଓ ବୈଜ୍ଞାନିକ ପଦ୍ଧତିରେ ଉତ୍ପାଦନ ଏବଂ ଏହି ବ୍ୟବସାୟ ର ସମ୍ପ୍ରସାରଣ ବିଷୟରେ ମଧ୍ୟ ଅବଗତ କରାଇଥିଲେ। ଖାଦ୍ୟ ମେଳା ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଜିଲ୍ଲା ମୁଖ୍ୟ ଉଦ୍ୟାନ ଅଧିକାରୀ, ଶ୍ରୀ ଅନ୍ନ ଯୋଜନା ର ଜିଲ୍ଲା ସଂଯୋଜକ ଓ ଆଞ୍ଚଳିକ ସଂଯୋଜକ, ଜିଲ୍ଲା ମୁଖ ଯନ୍ତ୍ରୀ, କୃଷି ବିଜ୍ଞାନ କେନ୍ଦ୍ର ର ମୁଖ୍ୟ ବୈଜ୍ଞାନିକ, ଅନ୍ୟାନ୍ୟ କୃଷି ଅଧିକାରୀ ସହିତ ଏମ ଭି ୭ ବିଦ୍ୟାଳୟ ର ଶିକ୍ଷକ ଏବଂ ଶତାଧିକ ଛାତ୍ର ଏହି ଖାଦ୍ୟ ମେଳା ରେ ଅଂଶଗ୍ରହଣ କରିଥିଲେ। ଏହି ଖାଦ୍ୟ ମେଳା ରେ ଗୋପବନ୍ଧୁ ବିକାଶ ସଂସ୍ଥା ର ସହାୟୋଗରେ ମା ସନ୍ତୋଷି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ର ମାଁ ମାନେ କ୍ଷୁଦ୍ର ଶସ୍ୟ ରେ ଅନେକ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ଯେପରି ମାଣ୍ଡିଆ ମିଶ୍ରିତ ସୂପ, ଲଡୁ, ଆରିସା, ଖାଖରା, ଗଜା, ଖିରି, ଇତ୍ୟାଦି ଖାଦ୍ୟ ପ୍ରସ୍ତୁତ କରିଥିଲେ। କାର୍ଯ୍ୟକ୍ରମ ର ଶେଷ ପର୍ଯ୍ୟାୟରେ କୃଷି ଅତିରିକ୍ତ ସଚିବ, ଓଡ଼ିଶା ସରକାର ଶୁଭ୍ରାଂଶୁ ମିଶ୍ର ମାଣ୍ଡିଆ ରେ ପ୍ରସ୍ତୁତ ଖାଦ୍ୟ ଗ୍ରହଣ କରି ଶ୍ରୀ ଅନ୍ନ ଯୋଜନାର ସଫଳ ହୋଇଛି ବୋଲି ପ୍ରତିକ୍ରିୟା ରଖିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post