ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଏଗାରଟି ଆଞ୍ଚଳିକ ସାଧନ କେନ୍ଦ୍ରରେ ସିଆରସିସି ମାନଙ୍କ ତତ୍ତ୍ୱାବଧାନରେ ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ଏବଂ ଏଫ୍.ଏଲ୍.ଏନ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ତୃତୀୟ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଗାଙ୍ଗପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମୃତ୍ୟୁଞ୍ଜୟ ପଣ୍ଡାଙ୍କ ତତ୍ତ୍ୱାବଧାନରେ ବୋରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ତୃତୀୟ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକକୁ ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଦାସ ଉଦ୍ଘାଟନ କରିଥିଲେ I ଏହି ବୈଠକରେ ପ୍ରଧାନ ଶିକ୍ଷକ ଶିବରାମ ବେହେରା,ଶିଶିର କୁମାର ସ୍ୱାଇଁ,ଲିଙ୍ଗରାଜ ସେଠୀ,ବିଷ୍ଣୁ ପ୍ରସାଦ ବେହେରା, ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ବେହେରା, ସୁଚରିତା ଗୌଡ଼,ଏଫ୍ଏଲ୍ଏନ୍ ଶିକ୍ଷକ ଦାଶରଥି ସେଠୀ,ଅଶୋକ ଜେନା, ଆକୁଳ ସାହୁ, ପରମାନନ୍ଦ ନାୟକ, ଶିକ୍ଷୟିତ୍ରୀ ସାନୁଜା ନାୟକ, ଶୁଭଶ୍ରୀ ପଣ୍ଡା,ମିନି ସେଠୀ,କାଜଲ୍ ପ୍ରଧାନ,ସିପ୍ରାସିନ୍ଧୁ ସ୍ୱାଇଁ,ମାନସୀ ନାୟକ ,ଆରତୀ ପାତ୍ର,ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ I ଏହି ବୈଠକରେ ବିଦ୍ୟାଳୟ ସ୍ତରରେ ଶ୍ରେଣୀ ପରିଚାଳନା,ବିଦ୍ୟାଳୟ ପରିଦର୍ଶନ,ଜିଲ୍ଳା ଭିତ୍ତିକ ଶୈକ୍ଷିକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯିବା ସହିତ ନିପୁଣ ସପ୍ତାହ ପାଳନ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା I କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ଅଶୋକ ବେହେରା, ମନୋରଞ୍ଜନ ବିଷୋୟୀ, ପ୍ରମୋଦ ସାହୁ ଏବଂ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ I ସେହିପରି ଉଢୁରା ସିଆରସିସି ରମେଶ କୁମାର ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ବାଲିଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ତୃତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକରେ ଅତିଥି ରୂପେ ବେଲଗୁଣ୍ଠା ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢୀ, ପ୍ରତିଭା ରଥ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ସ୍ଵପ୍ନା କୁମାରୀ ଖଡଗରାୟ ଉପସ୍ଥିତ ଥିବା ବେଳେ କ୍ଳଷ୍ଟର୍ ର ସମସ୍ତ ଦଶଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ ପ୍ରଧାନ ଶିକ୍ଷୟିତ୍ରୀ ଏବଂ ଏଫ୍ଏଲ୍ଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ I କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ଦାସ,ଇତିଶ୍ରୀ ମହାପାତ୍ର, ଜ୍ୟୋତ୍ସ୍ନା କୁମାରୀ ସେଠୀ,ଅନୁସୂୟା ଦାସ, ସଙ୍ଗୀତା ମହାନ୍ତି,ରଶ୍ମି ଆଚାରୀ, ପ୍ରଜ୍ଞା ପ୍ରିୟଦର୍ଶିନୀ ବେହେରା ସହଯୋଗ କରିଥିଲେ I ସେହିପରି ବ୍ଳକ୍ ର କ୍ଷତ୍ରିୟବରପୁର,ଏନ୍.ପି.ଶାସନ, ଗୋବରା,ନେଟଙ୍ଗା,ବଡ଼ପଡ଼ା,ପାଟୁଳିସାହି,ତନରଡା,ମଙ୍ଗଳପୁର,ଆମ୍ବପୁଆ କ୍ଲଷ୍ଟର୍ ରେ ଯଥାକ୍ରମେ ସିଆରସିସି ଛାୟାକାନ୍ତ ମହାପାତ୍ର, ସୁକାନ୍ତ ନାୟକ, ହରେକୃଷ୍ଣ ଶତପଥି, ସୁଧୀର କାନ୍ତ ତ୍ରୀପାଠୀ, ଅନନ୍ତ ସେଠୀ,କାଳୁ ଚରଣ ଗୌଡ଼, ମନୋଜ ପଟ୍ଟନାୟକ,ରଞ୍ଜିତ୍ ସାହୁ, ଜିତେନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ଏହି ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି I
Sign in
Sign in
Recover your password.
A password will be e-mailed to you.
Prev Post