ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂ ଶାସିତ ମହାବିଦ୍ୟାଳୟର ଖେଳ ପଡିଆ ଠାରେ ଜୋନାଲ ସ୍ତରୀୟ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପାରଳାଖେମୁଣ୍ଡି ଜୋନ ଅନ୍ତର୍ଗତ ୧୨ ଟି ବିଦ୍ୟାଳୟ ତଥା ମହାବିଦ୍ୟାଳୟର ୧୪ ବର୍ଷରୁ କମ୍ ଓ ୧୭ ବର୍ଷ ରୁ କମ୍ ଉଭୟ ବାଳକ ଓ ବାଳିକାମାନେ ପ୍ରାୟ ୧୮୦ ରୁ ଉର୍ଦ୍ଧ୍ବ ଖେଳାଳି ଏଥିରେ ଭାଗ ନେଇଥିଲେ। କବାଡ଼ି ଏବଂ ଭଲିବୋଲ ,ଖୋଖୋ ଓ ଏଥେଲେଟିକ୍ସ ଭଳି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ପାଇଥିବା ଖେଳାଳି ମାନେ ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆଗାମୀ ଦିନରେ ଶ୍ରୀ ଭେଙ୍କେଟେଶ୍ୱର ଉଚ୍ଚ ବିଦ୍ୟାଳୟ ଗାରାବନ୍ଧ ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗିତା ନିମନ୍ତେ ମନୋନୀତ ହୋଇଛନ୍ତି ।
ଆଜିର କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଜିଲ୍ଲା ଶିକ୍ଷାଧିକାରୀ ଗଜପତି ଡ଼ଃ ମାୟାଧର ସାହୁଙ୍କ ନିର୍ଦ୍ଦେଶ କ୍ରମେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ଡି. ଶ୍ରୀରାମ ମୂର୍ତ୍ତି ପତାକା ଉତ୍ତୋଳନ କରି ପ୍ରତିଯୋଗିତା ଆରମ୍ଭ କରିଥିଲେ। ଜିଲ୍ଲା ଭାରପ୍ରାପ୍ତ ଶାରୀରିକ ଶିକ୍ଷା କ୍ରୀଡା ଅଧିକାରୀ , ଶ୍ରୀ ସୁରେନ୍ଦ୍ର ନାଥ ପାତ୍ର ଖେଳାଳି ମାନଙ୍କୁ ଶପଥ ପାଠ କରାଇ ଥିଲେ , ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶ୍ରୀ ଜଗନ୍ନାଥ ପଟ୍ଟନାୟକ , ଶ୍ରୀ ଜିକୋରିଆ ଶବର ଓ କ୍ରୀଡ଼ା ଶିକ୍ଷକ ଯଥା ଶ୍ରୀ ଧୀରେନ୍ଦ୍ର କୁମାର ସାମଲ , ଦିଲେଶ୍ୱର ତୃଣ , ଶ୍ରୀ ସନ୍ତୋଷ କଲ୍ୟାଣୀ , ଶ୍ରୀ ଶିବରାମ ଭୂୟାଁ , ଶ୍ରୀ କେ ସାଇ କ୍ରିଷ୍ଣା , ଶ୍ରୀ ରାଜକିଶୋର୍ ପାତ୍ର , ଶ୍ରୀ ସୁଦୀପ୍ତ ବାରିକ ଓ ଅନ୍ୟାନ୍ୟ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ପୂର୍ବକ କ୍ରୀଡା ପ୍ରତିଯୋଗିତାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.