ସଡ଼କ ଦୁର୍ଘଟଣାରେ ୨ ଯୁବକଙ୍କ ମୃତ୍ୟୁ

3

ରାଜଗାଙ୍ଗପୁର,ତା: 07-09-25.(ବିଷ୍ଣୁ ଭୋମିକ): ବିଜୁ ଏକ୍ସପ୍ରେସ ରାଜପଥ-୧୦ରେ ଅପରାହ୍ନରେ ଟ୍ରେଲର ଗାଡିରେ ପିଟି ହୋଇ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ପ୍ରକାଶ ଯେ ଅପରାହ୍ନ ରେ ମଟର ସାଇକେଲ ନମ୍ବର । (ଓଡି୦୨ସିପି ୬ ୭ ୭୨) ରେ ରାଜଗାଙ୍ଗପୁର ଦେଇ ସୁନାଖାନ । ଗ୍ରାମର ରୋହିତ ମାଝୀ ଏବଂ କଂସବାହାଲ ଗ୍ରାମର ଯଶ ବୀର ର ବେଗ ଦୁଇ ଜଣ ଯଶବୀର ବେଗଙ୍କ ଘରକୁ ଯାଉଥିଲେ । ବିଜୁ ଏକ୍ସପ୍ରେସ ୧୦ର ରାଣୀବନ୍ଦ ଠାରେ ମଟର ସାଇକେଲର ଗତିକୁ ନିୟନ୍ତ୍ରଣ ହରାଇ ପ୍ରଥମେ ରୋଡ଼ ନିକଟ ରେ ଥିବା ଖୁମ୍ବ କୁ ପିଟି ହୋଇ ରାସ୍ତାରେ ଯାଉଥିବା ଟ୍ରେଲରକୁ ପିଟି ହୋଇ ଯାଇଥିଲେ । ଫଳରେ ଘଟଣାସ୍ଥଳରେ ଦୁହେଁଙ୍କ ମୃତ୍ୟୁ ହୋଇଯାଇଥିଲା I ଥାନା ପ୍ରଭାରୀ ବିଜୟ କୁମାର ଦାଶ ପହଞ୍ଚି ତୁରନ୍ତ ଦୁଇ ଜଣ ଶବକୁ ଜବତ କରି ଆମ୍ବୁଲାନ୍ସରେ ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେମାନଙ୍କ ପରିଚୟ ବାହାର କରି ସେମାନଙ୍କର ପରିବାରକୁ ଖବର ଦେବା ସହ ବାଇକକୁ ଜବତ କରି ଥାନାକୁ ନେଇ ଆସିଥିଲେ । ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖୁଛି ।

Leave A Reply

Your email address will not be published.