ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, କ୍ଷତ୍ରିୟବରପୁରସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ଉଦ୍ଭିଦବିଜ୍ଞାନ ବିଭାଗ ତରଫରୁ ” ଶୈବାଳ ” ଶୀର୍ଷକ ଆଲୋଚନା ଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଗିରିଧର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସେ ତାଙ୍କର ଅଭିଭାଷଣରେ ଶୈବାଳ ସମ୍ଭନ୍ଧୀୟ ବହୁ ଦୁଷ୍ଟାନ୍ତମୂଳକ ତଥ୍ୟ ପ୍ରଦାନ କରିଥିଲେ। ରାସାୟନିକ ବିଭାଗର ମୁଖ୍ୟ ଡ଼ଃ ଇଂ ରବିନାରାୟଣ ପାତ୍ର ସମ୍ମାନୀତ ଅତିଥିଭାବେ ମଞ୍ଚାସୀନ ଥିଲେ। ମୁଖ୍ୟବକ୍ତା ବିଭାଗର ଶ୍ରୀମତୀ ଅନୀତା ତ୍ରିପାଠୀ “ଶୈବାଳ ” ର ଉପଯୋଗୀତା ଓ ଅସୁବିଧା ଏବଂ ତତ ସହିତ ତାର ଔଷଧୀୟଗୁଣକୁ ସଠିକଭାବେ ଉପଯୋଗ କରିପାରିଲେ, ଏହା ପରିବେଶ ସହିତ ନିଜ ଜୀବନକୁ ସୁନ୍ଦର କରିଥାଏ ବୋଲି ମନ୍ତବ୍ୟ କରିଥିଲେ। ପ୍ରାରମ୍ଭରେ ୨ୟ ବର୍ଷର ଛାତ୍ରୀ ସାଇସ୍ମିତା ଜେନା ” ଶୈବାଳ “ଶୀର୍ଷକ ସଂନ୍ଧର୍ବ ପଠନ କରିଥିଲେ।୨ୟ ବର୍ଷର ଛାତ୍ର ରିତେଶ ସ୍ୱାଇଁ ଆଲୋଚନା ଚକ୍ରକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ସହିତ ଉଦ୍ଭିଦବିଭାଗର ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏହାକୁ ୩ୟ ବର୍ଷ ଛାତ୍ରୀ ଆଶା ପଣ୍ଡା ସଂଯୋଜନା କରିଥିଲେ। ପରିଶେଷରେ ୨ୟ ବର୍ଷ ଛାତ୍ର ଶୁଭମ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ଉଦ୍ଭିଦବିଜ୍ଞାନାଗାରର ସହାୟକ ଭୂଷଣ ଗୌଡ଼ଙ୍କ ସହିତ ସମସ୍ତ ଛାତ୍ରଛାତ୍ରୀ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.