ଜବର ଦଖଲ ଉଠା ଦୋକାନୀଙ୍କୁ ଉଠାଇଲା ପ୍ରଶାସନ ; ଦୋକାନ ପ୍ରମାଣ ପତ୍ର ବାଧ୍ୟତାମୂଳକ

3

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ପ୍ରଶାସନ ତରଫରୁ ଆଜି ସେପ୍ଟେମ୍ବର ମାସ ୬ ତାରିଖ ଶନିବାର ଦିନ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସରର ଜବରଦଖଲ ଉଠା ଦୋକାନୀଙ୍କୁ ହଟାଇଛି ପ୍ରଶାସନ। ଏଥିସହିତ ନୁତନ ଟ୍ରେଡ ଲାଇସେନ୍ସ କରିବା ଓ କରିଥିବା ଲାଇସେନ୍ସ କୁ ଅବଧି ସରିବା ପୂର୍ବରୁ ପୁନଃ ପ୍ରଚଳନ ପାଇଁ ଆବେଦନ ପାଇଁ ଲୋକଙ୍କୁ ବାଧ୍ୟ କରିଛି ପ୍ରଶାସନ।

ଭଞ୍ଜନଗର ସହରର ରାସ୍ତାକଡ଼ରେ ବହୁ ଉଠା ଦୋକାନୀ ଦୀର୍ଘଦିନ ହେଲା ବ୍ୟବସାୟ ଚଳାଇଛନ୍ତି। ଯାହା ଫଳରେ ରାସ୍ତା ସଙ୍କୁଚିତ ହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭଞ୍ଜନଗର ଉପାଜିଲ୍ଲପାଳ ଉମା ଶଙ୍କର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଆଜି ବହୁ ଦୋକାନ ଉପରେ ଚଢ଼ାଉ କରାଯାଇଛି। ଏଥିରେ ମାଜିଷ୍ଟ୍ରେଟ ଅବିନାଶ ମାହାର, ଏନ୍ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା ,ଥାନା ଅଧିକାରୀ ଜୀବନାନନ୍ଦ ଜେନା ନିଜ ଟିମ ଧରି ସହର ସାରା ସମସ୍ତ ଉଠା ଦୋକାନୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ସହ ସମସ୍ତ ହୋଟେଲ, ବ୍ୟବସାୟୀକ ପ୍ରତିଷ୍ଠାନ ଭଳି ବହୁ ଦୋକାନୀଙ୍କ ଟ୍ରେଡ଼ ଲାଇସେନ୍ସ ଏବଂ ଅବଶକୀୟ କାଗଜପତ୍ର ଯାଞ୍ଚ କରାଯାଇଛି। ବହୁ ଦୋକାନୀଙ୍କ ଲାଇସେନ୍ସ ଅବଧି ସରିଯାଇଥିଲେ ମଧ୍ୟ ନବୀକରଣ କରି ନଥିବା ବେଳେ ଉକ୍ତ ଦୋକାନୀଙ୍କ ଠାରୁ ଜରିମାନା ଆଦାୟ କରିବା ପାଇଁ ତାଗିଦ କରାଯାଇ ଅନଲାଇନ ଦ୍ୱାରା ପୁନଃ ନବୀକରଣ କରିବା ପାଇଁ ପରାମର୍ଶ ଦିଆଯାଇଛି।ଏଥିସହ ମୁଖ୍ୟରାସ୍ତାରେ ଥିବା ଦୋକାନୀ ମାନେ ରାସ୍ତା ଉପରକୁ ମାଡ଼ି ଆସିଥିବାରୁ ପାର୍କିଙ୍ଗ ସମସ୍ୟା ଉପୁଜିଛି।ତେଣୁ ଜବରଦଖଲ ହଟାଇବା ପାଇଁ ନିର୍ଦେଶ ଦିଆଯାଇଛି। ଏଥିସହ ପଲିଥିନ ବ୍ୟବହାରକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜରିମାନା ଆଦାୟ କରାଯାଇଛି। ସମସ୍ତ ବ୍ୟବସାୟୀଙ୍କୁ ନିଜର ସାଇନ ବୋର୍ଡ ଓଡ଼ିଆ ଭାଷାରେ ଲେଖିବା ପାଇଁ ମଧ୍ୟ କୁହାଯାଇଛି। ଚଢ଼ାଉ ସମୟରେ ଆବଶକୀୟ କାଗଜପତ୍ର ନଥିବାରୁ ୭ ଗୋଟି ବ୍ୟବସାୟିକ ଅନୁଷ୍ଠାନ ସିଲ କରାଯିବା ସହ ୨୦ ରୁ ଅଧିକ ଦୋକାନୀଙ୍କ ଠାରୁ ପ୍ରାୟ ୫୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି।ଯାଞ୍ଚ ପ୍ରକ୍ରିୟା ବେଳେ ବହୁ ଦୋକାନୀଙ୍କ ଆବଶ୍ୟକୀୟ କାଗଜପତ୍ର ନଥିବାରୁ ଦୋକାନ ବନ୍ଦ କରି ଚାଲିଯାଇଥିବା ଦେଖିବାକୁ ମିଳିଥିଲା। ଆଜିର ଏହି ଚଢାଉ ପକ୍ରିୟାରେ ମଧ୍ୟ ବିଭିନ୍ନ ଦୋକାନରେ ବିକ୍ରୟ ଖାଦ୍ୟର ମାନ ସଠିକ୍ ରଖିବା ପାଇଁ ଓ ଏଥି ସଂଲଗ୍ନ ପ୍ରମାଣ ପତ୍ର କରାଇବା ପାଇଁ ମଧ୍ୟ ସମସ୍ତ ଦୋକାନୀଙ୍କୁ ସଚେତନତା କରାଯାଇଥିଲା। ଏବଂ ପ୍ରତ୍ୟେକ ଦୋକାନ ପ୍ରତିଷ୍ଠାନ ମାନଙ୍କରେ ନିଜ ନିଜର ଦୋକାନ ପ୍ରତିଷ୍ଠାନ, ଅନୁଷ୍ଠାନ ର ନାମ ସହିତ ନିଜର ସଂପୂର୍ଣ୍ଣ ଠିକଣା ଓ ନିଜର ମୋବାଇଲ୍ ଫୋନ୍ ନମ୍ୱର୍ ସଂପୂର୍ଣ୍ଣ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ କୁହାଯାଇଛି। ଆଗାମୀ ଦିନରେ ପ୍ରତ୍ୟେକ ଖାଦ୍ୟ ସାମଗ୍ରୀ ବିକ୍ରୟ ଦୋକାନରେ ଖାଦ୍ୟର ସଠିକ୍ ମାନ ଯାଞ୍ଚ୍ କରାଯିବା ସହିତ ଖାଦ୍ୟର ସଠିକ୍ ମାନ ପ୍ରମାଣ ପତ୍ର ବା ଫୁଡ୍ ଲାଇସେନ୍ସ ମଧ୍ୟ ଯାଞ୍ଚ୍ ପକ୍ରିୟା ଆରମ୍ଭ କରାଯିବାର କୁହାଯାଇଛି। ଏହି ଯାଞ୍ଚ ପ୍ରକ୍ରିୟା ଆଗାମୀ ଦିନରେ ମଧ୍ୟ ଚାଲୁରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଏସ୍.ଆଇ ଲଷ୍ମୀଧର ମହାନ୍ତି,ଏସ୍.ଆଇ ଜୋସ୍ନାରାଣୀ ସାହୁ ,ବରିଷ୍ଠ କିରାଣୀ ମିଲନ ମୋହନ ମୁର୍ମୁ ,କନିଷ୍ଠ ଯନ୍ତ୍ରୀ ଦିଲୀପ କୁମାର ମିଶ୍ର ,ପରିମଳ ନିରୀକ୍ଷକ ଅମ୍ରିତା ନାୟକ ,ଭଗବାନ ପାତ୍ର,ସୁଶାନ୍ତ ମିଶ୍ର ,ଶୁଭମ ପାଢ଼ୀ,ଅଶୋକ ପ୍ରଧାନ,ଜଗନ୍ନାଥ ପାତ୍ର ସମେତ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ। ପ୍ରଶାସନ ତରଫରୁ ସିଲ୍ କରାଯାଇଥିବା କିଛି ଦୋକାନ ମଧ୍ୟରୁ କୁହାଯାଇଥିବା ର ଦେଖାଯାଇଥିଲା। କାରଣ ସେମାନେ ନିଜର ଫାଇନ ଭରଣା କରି ଖୋଲିବା ପାଇଁ ଅନୁମତି ଆଣିଥିଲେ।

Leave A Reply

Your email address will not be published.