ଗୁରୁକୂଳ ପରମ୍ପରାରରେ ଭାରତୀୟ ଶିକ୍ଷା ପଦ୍ଧତି ଅନନ୍ୟ ।

3

ଝାରସୁଗୁଡା ଜିଲ୍ଲା ସ୍ତରୀୟ ଶିକ୍ଷକ ଦିବସ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର – ୨୦୨୪ ସମାରୋହ ଅନୁଷ୍ଠିତ ।

ଶିକ୍ଷକଙ୍କ ନୀତିବାଣୀ, ଉପଦେଶ ଓ ଜୀବନଶୈଳୀ ଛାତ୍ରଛାତ୍ରୀଙ୍କ ଦ୍ଵାରା ଅନୁକରଣ ହେବା ବିଧେୟ ବୋଲି ବିଧାୟକଙ୍କ ଆହ୍ୱାନ ।

ଝାରସୁଗୁଡ଼ା ତା୦୫/୦୯ – ଝାରସୁଗୁଡ଼ା ଜିଲ୍ଲା ରାଜ୍ୟରେ ସର୍ବଶ୍ରେଷ୍ଠ ଶିକ୍ଷା ଜିଲ୍ଲା ଭାବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର – ୨୦୨୪ ଦ୍ୱାରା ସମ୍ମାନିତ ଓ ସମ୍ବର୍ଦ୍ଧିତ ହେବା ସମଗ୍ର ଝାରସୁଗୁଡ଼ା ଜିଲ୍ଲାର ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ କଠିନ ପରିଶ୍ରମର ଫଳଶ୍ରୁତି ବୋଲି ବିଧାୟକ ଟଙ୍କଧର ତ୍ରିପାଠୀ ଓ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାନ ଉଲ୍ଲେଖ କରିଛନ୍ତି। ଝାରସୁଗୁଡା ଜିଲ୍ଲା ସ୍ତରୀୟ ଶିକ୍ଷକ ଦିବସ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର – ୨୦୨୪ ସମାରୋହ ଉପଲକ୍ଷେ ଆୟୋଜିତ ସମରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ ପୂର୍ବକ ୨୦୨୪-୨୫ ଶିକ୍ଷା ବର୍ଷରେ ଜିଲ୍ଲାରେ ଶିକ୍ଷା ବିଭାଗର ଅଭୂତପୂର୍ବ ଅବଦାନ ପାଇଁ ମେଟ୍ରିକ ପରୀକ୍ଷାରେ ସମଗ୍ର ରାଜ୍ୟରେ ସଫଳତା ହାର ଦୃଷ୍ଟିରୁ ତୃତୀୟ ସ୍ଥାନରେ ପହଁଚିବା, ଜିଲ୍ଲାରେ ଶିକ୍ଷାର ମାନକୁ ଉଚ୍ଚତର କରିବା ପାଇଁ ଉଦିଆଁ ତରା ଓ ପଠନପାର୍ବଣ ଭଳି କାର୍ଯ୍ୟକ୍ରମକୁ ସଫଳତାର ସହ କାର୍ଯ୍ୟକାରୀ କରିବା ସମ୍ପର୍କରେ ଆଲୋଚନା କରିଥିଲେ।

‘ଗୁରୁଙ୍କୁ ନ ମଣିବ ନର , ଗୁରୁ ହିଁ ସାକ୍ଷାତ ଈଶ୍ୱର’ ବାଣୀର ପ୍ରଯୁଯ୍ୟତା ସମ୍ପର୍କରେ ବିଧାୟକ ଆଲୋଚନା କରିଥିଲେ। ଗୁରୁ-ଶିଷ୍ୟର ମହାନ ପରମ୍ପରାର ସ୍ମୃତି ଚାରଣ ପାଇଁ ଅତିଥିଗଣ ରାମାୟଣ ଓ ମହାଭାରତର ଉଧୃତି ସମ୍ପର୍କରେ ଆଲୋଚନା କରିଥିଲେ। ଆସନ୍ତା ଶିକ୍ଷାବର୍ଷରୁ ପାନ୍ଚଜଣ ଚୟନିତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଏକ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ମାନ୍ୟବର ବିଧାୟକ ଘୋଷଣା କରିଥିଲେ।କାର୍ଯ୍ୟକ୍ରମରେ ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ୍ତ କୁମାର ସା ଓ ରବୀନ୍ଦ୍ର ମାଝୀ, ଝାରସୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅନିଲ କୁମାର ପଟେଲ, ଲଖନପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ସାହୁ, ଲଇକେରା ଗୋଷ୍ଠୀ ଶିକ୍ଷା ଅଧିକାରୀ ହିମାଂଶୁ ବାଗ, କୋଲାବିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ ସାହୁ ଓ କିର୍ମିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟନାରାୟଣ ପଣ୍ଡା ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ନିଷ୍ଠାର ସହିତ କର୍ତ୍ତବ୍ୟ ପାଳନ କରିବା ପାଇଁ ପ୍ରେରିତ କରିଥିଲେ।

ଏହି ସମାରୋହରେ ପ୍ରାଥମିକ ସ୍ତରରେ ଦେବେଶ ଉର୍ମା, ଗିରିଧାରୀ ପଟେଲ, ରିଙ୍କି ମହାନନ୍ଦ, ପରମେଶ୍ୱର ପଟେଲ, ସୁଲୋଚନା ପଟେଲ ଏବଂ ମାଧ୍ୟମିକ ସ୍ତରରେ ପ୍ରଥମ ଭାଷାରେ ପ୍ରତିଭା ମହାପାତ୍ର, ଦ୍ଵିତୀୟ ଭାଷାରେ କୁଶ ସା, ତୃତୀୟ ଭାଷାରେ ତନ୍ମୟ ଗଡ଼ନାୟକ, ଗଣିତରେ ପୂର୍ଣଚନ୍ଦ୍ର ସାହୁ, ବିଜ୍ଞାନରେ ଜିତେନ୍ଦ୍ର କଂସାରଳି, ସାମାଜିକ ବିଜ୍ଞାନରେ ଅଜିତ ଭୋଇ, ଶାରୀରିକ ଶିକ୍ଷାରେ ଜିତେନ୍ଦ୍ର ନାଥ ମହନ୍ତ ଓ ତାଳପଟିଆ ସିଆରସିସି ଯଦୁମଣି ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଥିଲା। ପରିଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରବୀନ୍ଦ୍ର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.