ସାଳି ପ୍ରେମରେ ପାଗଳ ଭିଣେଇ :ଦକ୍ଷିଣଖଣ୍ଡଭୋଳ ଗ୍ରାମରେ ପାରିବାରିକ ବିବାଦ, ଥାନାରେ ଅଭିଯୋଗ ।

3

କେନ୍ଦ୍ରାପଡ଼ା (ପ୍ରଫୁଲ୍ଲ କୁମାର ମଲ୍ଲ) ସଦର ଥାନା ଅନ୍ତର୍ଗତ ଦକ୍ଷିଣ ଖଣ୍ଡଭୋଳ ଗ୍ରାମରେ ଏକ ଆଶ୍ଚର୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ସାଳି ସହ ପ୍ରେମ ସମ୍ପର୍କରେ ପାଗଳ ଭିଣେଇକୁ ନେଇ ସମଗ୍ର ଗ୍ରାମରେ ତୀବ୍ର ଚର୍ଚ୍ଚା ଚାଲିଛି ।ସୂଚନା ଅନୁସାରେ, ସ୍ୱଜନଙ୍କ ସାଳି ସହିତ ପ୍ରେମ ସମ୍ପର୍କ ରଖୁଥିବାରୁ ପରିବାରରେ ଭୟଙ୍କର ଅସନ୍ତୋଷ ସୃଷ୍ଟି ହୋଇଛି ।ଏହି ବିବାଦ ଅତ୍ୟାଧିକ ରୂପ ନେବା ପରେ ସ୍ତ୍ରୀଙ୍କ ସ୍ୱାମୀ ସିଧାସଳଖ କେନ୍ଦ୍ରାପଡ଼ା ସଦର ଥାନାକୁ ଯାଇ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି ।ଘଟଣାକୁ ନେଇ ପରିବାରରେ ଦୁଇ ପକ୍ଷରେ ତୀବ୍ର ଟଣାଟଣି ଚାଲିଥିବା ବେଳେ, ଗ୍ରାମରେ ମଧ୍ୟ ବିଭିନ୍ନ ଚର୍ଚ୍ଚା ଚାଲିଛି । ସାଳି-ଭିଣେଇର ଏହି ଅସାମାନ୍ୟ ପ୍ରେମ ସମ୍ପର୍କ ନେଇ ସମଗ୍ର ଅଞ୍ଚଳରେ ଆଶ୍ଚର୍ୟ ସହ କିଛି ସ୍ଥାନରେ କଟାକ୍ଷ ହେଉଛି ।ଥାନା ପୋଲିସ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରୁଛନ୍ତି । କିନ୍ତୁ ଗ୍ରାମରେ ଏହି ଘଟଣାକୁ ନେଇ ଆଲୋଚନାରେ ପରିଣତ ହୋଇଥିବା ସହ, ଲୋକମାନେ ଏହାକୁ “ଅଜଗର” ପାରିବାରିକ ବିବାଦ” ବୋଲି କହୁଛନ୍ତି ।

Leave A Reply

Your email address will not be published.