ଗାଁ ଗହଳିରେ ଅବୈଧ ମଦ ବେପାର ଚୁପ ସାଜିଛନ୍ତି ପ୍ରଶାସନ ଓ କର୍ମଚାରୀ

2

ବିଷମକଟକ ( ଶୁଭମ ମହାପାତ୍ର ) ବିଷମ କଟକ ବ୍ଲକର ବିଭିନ୍ନ ଗାଁଗୁଡ଼ିକରେ ଦିନକୁ ଦିନ ଅବୈଧ ମଦ ବେପାର ଜୋରଦାର ହୋଇଚାଲିଛି। ବିଶେଷ କରି ସକାଳ ଠାରୁ ଆରମ୍ଭ କରି ସନ୍ଧ୍ୟାବେଳେ ହାଟ, ପାଳିଆ, ଓ ଗାଁର ଗୁପ୍ତ ସ୍ଥାନରେ ଖୋଲାମେଳା ଭାବରେ ମଦ ବିକ୍ରି ହେଉଥିବାକୁ ଲୋକମାନେ ଅଭିଯୋଗ କରୁଛନ୍ତି।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରାୟ ପ୍ରତିଟି ଗାଁରେ ହାଣ୍ଡିଆ, ଦେଶୀ ମଦ, ଓ ନକଲି ବୋତଲରେ ବାହାରୁ ଆଣିଥିବା ମଦ ବିକ୍ରି ହେଉଛି। ଏଥିରୁ ଯୁବମାନେ ନିଶାସକ୍ତ ହେଉଛନ୍ତି, ଅନେକ ପରିବାରରେ କଳହ, ହିଂସା, ଓ ଆର୍ଥିକ ଅସ୍ଥିରତା ଦେଖାଦେଉଛି ଏବଂ ବିନା ଲାଇସେନ୍ସ ରେ ଦେଶୀ ଓ ବିଦେଶୀ ମଦ  ବିକ୍ରି ହେଉଛି। ଅଧିକ ରୋଜଗାର ଆଶାରେ ବେଆଇନ ଭାବେ ମଦ ବିକ୍ରି କରାଯାଉଥିବା  ଯଗୁଁ ଯୁବପିଢ଼ି ନିଶା କବଳରେ ପଡୁଥିବା ବେଳେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅର୍ଥନୈତିକ କ୍ଷେତ୍ରରେ ବାଧା ସୃଷ୍ଟି ହେବା ସହ ଗ୍ରାମରେ ଅସମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଅଭିଯୋଗ ଲୋକେ କରିଛନ୍ତି।ଏ ସମ୍ପର୍କରେ ପୁଲିସ ପ୍ରଶାସନ ଠାରୁ ଅବକାରୀ ବିଭାଗ ଜାଣିକି ମଧ୍ୟ ନିରବ ରହୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ଗ୍ରାମରେ ବେଆଇନ ମଦ କାରବାର ଦିନକୁ ଦିନ ବଡ଼ିବାରେ ଲାଗିଛି ଏବଂ ଗାଁ ଗହଳି ଓ ବିଭିନ୍ନ ସାହି ଛକ ରେ ମେଡିକାଲ ପାଖରେ ମଧ୍ୟ ମଦ ଦୋକାନ ଗୁଡିକ ଚାଲିଛି ହେଲେ ଏହାଉପରେ ଅବକାରୀ ବିଭାଗ କି ପୁଲିସ ପ୍ରଶାସନ ଏହାକୁ ଗୁରୁତ୍ୱ ନଦେଇ ବେଆଇନ ମଦ କାରବାର ବନ୍ଦ ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି  ବୋଲି ବୁଦ୍ଧିଜୀବୀ ମାନଙ୍କ ମହଲରେ ଚର୍ଚ୍ଚା ର ବିଷୟ ପାଲଟିଛି ଏବଂ ଏନେଇ ଜନସାଧାରଣ ଅସନ୍ତୋଷ ବୃଦ୍ଧି ପାଇଥିବା ବେଳେ | ବେଆଇନ ମଦ ବିକ୍ରି ବନ୍ଦ ନ କଲେ ଆଗକୁ ଅଧିକ ହେବ ବୋଲି ଜନ ସାଧାରଣ ରେ ଚର୍ଚ୍ଚା ହେଉଛି ଏନେଇ ଅବକାରୀ ବିଭାଗ ନିରବଦ୍ରଷ୍ଟା ସାଜିଛି ବୋଲି ବୁଦ୍ଧିଜୀବୀ ମାନେ ଅସନ୍ତୋଷ କରିଛନ୍ତି।  ଶୀଘ୍ର ଅବକାରୀ ବିଭାଗ ଓ ପ୍ରଶାସନ ଦୃଷ୍ଟି ଦେଇ ଦୃଢ଼ ପଦକ୍ଷେପ ନେବେ ବୋଲି ଆଶା ରହିଛି |ଅବକାରୀ ବିଭାଗ ଓ ପୋଲିସ୍‌ ରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆଶା କରୁଛନ୍ତି ଯେ, ଏହି ଅବୈଧ ବ୍ୟବସାୟରେ ଜଡିତ ବ୍ୟକ୍ତିମାନଙ୍କୁ କାନୁନୀ ଶାସ୍ତି ଦିଆଯାଉ |

Leave A Reply

Your email address will not be published.