କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ):ଆଜି ପ୍ରାୟ ୧୧ଟା ସମୟରେ ନିଖିଳ ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର କେନ୍ଦ୍ରାପଡ଼ା ଜିଲ୍ଲା ଶାଖା କାର୍ଯ୍ୟକାରି କମିଟି ସଦସ୍ୟମାନେ କେନ୍ଦ୍ରାପଡ଼ା ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ପହଞ୍ଚିଥିଲେ । ସେଠାରେ ସଂଘ ପକ୍ଷରୁ ଜିଲ୍ଲା ଶ୍ରମ ଅଧିକାରୀ ଏବଂ DLCଙ୍କୁ ସାକ୍ଷାତ କରାଯାଇ, ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଗଲା ।ସଂଘ ସଦସ୍ୟମାନଙ୍କ କଥାନୁସାରେ, ବହୁତ ମହିଳା ନିର୍ମାଣ ଶ୍ରମିକମାନେ ଏପର୍ଯ୍ୟନ୍ତ ପରିଚୟ ପତ୍ର ପାଇପାରିନାହାନ୍ତି । ଏହାକୁ ଦ୍ରୁତଗତିରେ ଯୋଗାଣ କରିବାକୁ ସେମାନେ ଦାବି କଲେ । ସେଥିସହିତ, ନିର୍ମାଣ ଶ୍ରମିକଙ୍କ ଝିଅଙ୍କ ବିଭାହ ସହାୟତା, ପାଠପାଠାରେ ଥିବା ଶିଶୁଙ୍କ ପାଇଁ ଶିକ୍ଷା ବୃତ୍ତି, ଓ ଅନ୍ୟାନ୍ୟ ସରକାରୀ ଯୋଜନାର ଲାଭ ସମୟମାନ୍ୟ ଭାବରେ ପ୍ରଦାନ କରାଯାଉଥିବାରେ ସେମାନେ ଜୋର ଦେଲେ ।ଏହି ଅବସରରେ ସଂଘ ନେତାମାନେ ସ୍ପଷ୍ଟ କଲେ ଯେ, ଦୀର୍ଘ ସମୟ ଧରି ନିର୍ମାଣ ଶ୍ରମିକମାନେ ଯାହାର ସୁବିଧା ପାଇବାକୁ ଥିଲେ, ତାହାରେ ପଛପଡ଼ା ସ୍ଥିତି ଦେଖାଯାଇଛି । ସେଥିପାଇଁ ସରକାରୀ ପ୍ରଶାସନ ସତ୍ୱର କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଆଶା ପ୍ରକାଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post