ମାଉସି ଭଣ୍ଡାଗଛ ନିକଟରୁ ପୁତୁରା ର ମୃତ ଦେହ ଉଦ୍ଧାର l

2

ଅସ୍ତରଙ୍ଗ,: ମାଉସି ଘର ଭଣ୍ଡା ଗଛ ନିକଟରୁ ପୁତୁରା ର ମୃତ ଦେହ ଉଦ୍ଧାର ନେଇ ଏକ ସମ୍ବେଦନ ଶିଳ ଘଟଣା ଦେଖିବାକୁ ମିଳିଛି ଏହି ବ୍ଲକ ଅଧୀନ ଶିଶୁଅ ପଞ୍ଚାୟତ ର ସାନ ସିରେଇ (ବଂଦାଳ) ଗ୍ରାମରେ, l ଘଟଣାରୁ ପ୍ରକାଶ ଜେ, ଉଦୟପୁର ଗ୍ରାମର ହରି ପ୍ରଧାନ ଙ୍କ ପୁଅ ବୁଧେଶ୍ୱର(୨୬)ବିଭିର୍ଣ୍ଣ ସମୟ ରେ ହାଇଦ୍ରାଵାଦ ସହ ମୁମ୍ବାଇ ରେ ରହି କାର୍ଯ୍ୟ କରୁଥିଲା ବେଳେ, ମଙ୍ଗଳବାର ଦିନ ଘରକୁ ବାହାରି ବୁଧବାର ଅପରାହ୍ନରେ ନିକଟ ସାନ ସିରେଇ ଗ୍ରାମରେ ଥିବା ମାଉସି ଘରେ ରହିଥିଲେ ଓ ଗୁରୁବାର ଦିନ ନିଜ ଘର ଉଦୟପୁର ଯାଇ ଥାନ୍ତେ l ହେଲେ ବିଧିର ବିଧାନ,ଘରକୁ ଯିବେ କଣ ? ଗୁରୁବାର ସକାଳେ ମାଉସି ଙ୍କ ବାଡ଼ିରେ ଥିବା ଭଣ୍ଡା ଗଛ ନିକଟରେ ବୁଧେଶ୍ୱର ଙ୍କର ମୃତ ଦେହ ଦେଖିବାକୁ ମିଳିଥିଲା l ଏହି ଖବର ପ୍ରଚାରିତ ହେବା ସହ ତାର ବାପାଙ୍କ ଘର ଉଦୟପୁର କୁ ଖବର ଦିଆ ଯାଇ l ପରିବାର ଲୋକ ପହଞ୍ଚି, ପରି ସ୍ଥିତିକୁ ଅନୁଧ୍ୟାନ କରି ଏହା ଏକ ପ୍ରେମ ଜନିତ ହତ୍ୟା କାଣ୍ଡ ବୋଲି ଅଭିଯୋଗ କରିବା ସହ, ଅସ୍ତରଙ୍ଗ ଥାନାରେ ହତ୍ୟାକାଣ୍ଡ ର ସତ୍ୟା ସତ୍ୟ ଅନୁଧ୍ୟାନ ନିମନ୍ତେ ଲିଖିତ ଅବିଯୋଗ କରିଛନ୍ତି l ଅସ୍ତରଙ୍ଗ ପୋଲିସ ଅଭିଯୋଗ ପାଇଲା ପରେ ମୃତକ ଙ୍କ ମୃତ ଶରୀର ଜବତ କରିବା ସହ, ଶବ ବ୍ୟବଛେଦ ନିମନ୍ତେ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇବା ସହ ତଦନ୍ତ ଜାରି ରଖିଛନ୍ତି l

Leave A Reply

Your email address will not be published.