ନଳଢଳିଆ ଗ୍ରାମରେ ଦୁଃଖଦ ଘଟଣା ,ପଟ୍ଟାମୁଣ୍ଡାଇ ବ୍ଲକରେ ଯୁବକ କେନାଲରେ ବୁଡି ନିଖୋଜ ।

2

କେନ୍ଦ୍ରାପଡ଼ା: (ପ୍ରଫୁଲ୍ଲ କୁମାର ମଲ୍ଲ) ଗତକାଲି ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନଳଢଳିଆ ଗ୍ରାମରେ ଗୋବରୀ ସମ୍ପ୍ରସାରିତ କେନାଲ ଉପରେ ଥିବା ପୋଲ ବାଡ଼ରେ ଭାରସାମ୍ୟ ହରାଇ ଅବିନାଶ ଦାସ ନାମକ ଏକ ଯୁବକ ପାଣିରେ ଖସି ପଡ଼ିଥିଲେ ।ଘଟଣା ସ୍ଥଳରେ ଥିବା ଗ୍ରାମବାସୀ ମାନେ ତାଙ୍କୁ ଖୋଜିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଅବିନାଶ ପାଣିରେ ଭାସି ଯାଇ ନିଖୋଜ ହୋଇଥିଲେ ।ତଦନୁସାରେ ଗ୍ରାମବାସୀ ତୁରନ୍ତ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବିଭାଗକୁ ଘଟଣାର ସୂଚନା ଦେଇଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ତ୍ୱରିତ କାର୍ଯ୍ୟ ଆରମ୍ଭ କରି, ନିରନ୍ତର ଖୋଜାଖୋଜି ପରେ, ରାତି ପ୍ରାୟ ୧୨ଟା ୩୦ ମିନିଟରେ କେନାଲ ମଧ୍ୟରୁ ଅବିନାଶଙ୍କ ମୃତଦେହକୁ ଉଦ୍ଧାର କରିଥିଲେ । ଘଟଣା ସ୍ଥଳରେ ଉପସ୍ଥିତ ଗ୍ରାମବାସୀ ଓ ପରିବାରଜନ ମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ପୋଲିସ ଏବଂ ଅଗ୍ନିଶମ ବିଭାଗ ଏହି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି ।
ସୂଚନା ଅନୁସାରେ, ସ୍ଥାନୀୟ ସରକାରୀ ଓ ଗ୍ରାମ ସଂସ୍ଥାମାନେ ଏହି ପ୍ରକାର ଦୁଃଖଦ ଘଟଣା ପୁନରାବୃତ୍ତି ରୋକିବା ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବେ ବୋଲି ଆଶା କରାଯାଇଛି ।

Leave A Reply

Your email address will not be published.