କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): ପଟ୍ଟାମୁଣ୍ଡାଇ ସହରରେ ପରକୀୟା ପ୍ରୀତିର କରୁଣ ପରିଣତିରୁ ଏକ ଦୁର୍ଭାଗ୍ୟଜନକ ଘଟଣା ପ୍ରକାଶିତ ହୋଇଛି। ପଟ୍ଟାମୁଣ୍ଡାଇ ସହର ଏଲ୍ଆଇସି ଅଫିସ ସମ୍ମୁଖରେ ପୌରପରିଷଦ ଭେଣ୍ଡିଂଜୋନ ର ୩୧ ନମ୍ବର କ୍ୟାବିନ ଭିତରୁ ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ।
ସୂଚନା ଅନୁସାରେ, କ୍ୟାବିନଟି ବ୍ୟବସାୟୀ ବାଇଆ ଓରଫ ସନ୍ତୋଷ ପରିଡାଙ୍କ ନାମରେ ଭଡାରେ ନିଆଯାଇ, ସେଠାରେ ଚକୁଳି ପିଠା ବ୍ୟବସାୟ କରା ଯାଉଥିଲା। ସନ୍ତୋଷ ସ୍ଥାନୀୟ ଭଡାଘରରେ ରହୁଥିବା ସମୟରେ ପାଖରେ ରହୁଥିବା ବନିତା ରାଉତ ନାମକ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଗଢ଼ିଉଠିଥିବା କୁହାଯାଉଛି।
ମହିଳା ବନିତାଙ୍କ ପରିବାର ପକ୍ଷରୁ 28 ଅଗଷ୍ଟରେ ନିଖୋଜ ହେବା ବିଷୟରେ ପଟ୍ଟାମୁଣ୍ଡାଇ ଥାନାରେ ଏତଲା ଦିଆ ଯାଇଥିଲା। ଆଜି ପାଖପାଖି ଦୋକାନୀମାନେ ବନ୍ଦ କ୍ୟାବିନରୁ ଦୁର୍ଗନ୍ଧ ବାହାରୁଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ, ଅତିରିକ୍ତ ତହସିଲଦାର ଓ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କ୍ୟାବିନର ସଟର୍ ଭାଙ୍ଗି ଗଳିତ ମୃତଦେହ ଉଦ୍ଧାର କରିଥିଲା। ପରେ, ସାଇଣ୍ଟିଫିକ ଟିମ୍ ତଦନ୍ତ ଆରମ୍ଭ କରିଛି।ପରିବାର ପକ୍ଷରୁ ମୃତ ଦେହକୁ ଆଳି ବ୍ଲକ ନରେନ୍ଦ୍ରପୁର ଗ୍ରାମର ବନିତା ରାଉତଙ୍କ ବୋଲି ଚିହ୍ନଟ କରାଯାଇଛି। ବନିତାଙ୍କ ସ୍ଵାମୀ ବିଦେଶରେ କାମ କରୁଥିବା ବେଳେ ସେ ତାଙ୍କ ୭ ବର୍ଷର ପୁଅକୁ ସହ ଭଡାଘରରେ ରୁହୁଥିଲେ।
ମୃତ ଦେହକୁ ପୋଲିସ ଶବ ବ୍ୟବଛେଦ ପାଇଁ ଆମ୍ବୁଲାନ୍ସରେ ପଠାଇଛି। ସନ୍ତୋଷ ପରିଡା ଘଟଣା ପରେ ଫେରାର ହୋଇଥିବାରୁ ପୋଲିସ ତାଙ୍କ ଖୋଜ ଜାରି ରଖିଛି।
ପରକୀୟା ପ୍ରୀତିରେ ଏପରି କରୁଣ ପରିଣତି ଘଟିଥିବା ନେଇ ସମଗ୍ର ପଟ୍ଟାମୁଣ୍ଡାଇ ସହରରେ ଚର୍ଚ୍ଚା ଜୋରଧରିଛି।
Sign in
Sign in
Recover your password.
A password will be e-mailed to you.
Prev Post