ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୩୧/୦୮/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଅପରାହ୍ନ ହେଲେ ବୁଲା ଗାଈ ଗୋରୁଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଡାବୁଗାଁ ମୁଖ୍ୟ ତାରିଣୀ ମନ୍ଦିର ଛକ, ଦୈନିକ ବଜାର, ଡଙ୍ଗରିଗୁଡ଼ା ଶିବ ମନ୍ଦିର ଛକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଛକ ନିକଟରେ ଗୋରୁ ମାନଙ୍କ ଭିଡ ଦେଖିବାକୁ ମିଳୁଛି।ଗାଈ ଗୋରୁ ପ୍ରମୁଖ ଛକ ମାନଙ୍କରେ ଗୋଠ ବାନ୍ଧି ରହୁଥିବାରୁ ଯାନ ବାହାନ ଯାତାୟାତ ସମୟରେ ଅସୁବିଧା ଦେଖା ଦେଉଛି । ବିଶେଷ କରି ଡଙ୍ଗରିଗୁଡ଼ା ଶିବ ମନ୍ଦିର ଛକ ନିକଟରେ ଗୋରୁ ଗାଈ ରାସ୍ତା ମଝିରେ ରହୁଥିବାରୁ ଗତ ୨୦ ଦିନ ମଧ୍ୟରେ ୫ ରୁ ୬ ଗୋଟି ଦୁର୍ଘଟଣା ଘଟି ୪ ବୁଲା ଗୋରୁ ଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ବାଇକ୍ ଚାଳକ ଦୁର୍ଘଟଣା ଗ୍ରସ୍ତ ହୋଇ ଆହତ ହୋଇଛନ୍ତି। ଗୋରୁ ମାଲିକ ମାନେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଗୋରୁ ବିଷୟରେ ଜାଣି ସୁଦ୍ଧା ନ ଜାଣିଲା ପରି ଚୁପ୍ ରହୁଥିବାରୁ ମୃତ ଗୋରୁ ରାସ୍ତା ଉପରେ ଦୀର୍ଘ ସମୟ ପଡି ରହୁଛନ୍ତି। ଡଙ୍ଗରିଗୁଡ଼ା ସରପଞ୍ଚ ରାମ କୁମାର ଗଣ୍ଡ ୪ ମୃତ ଗୋରୁ ଙ୍କୁ ରାସ୍ତା ଉପରୁ ହଟାଇ ଥିବା ବେଳେ ଗୋରୁ ମାଲିକ ମାନଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି।ବିଶେଷ କରି ଅପରାହ୍ନ ସମୟରୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଛକ ସ୍ଥାନ ମାନଙ୍କରେ ବୁଲା ଗାଈ ଗୋରୁ ଗୋଠ କରି ରହି ଯାଉଛନ୍ତି। ଯୋ ଦ୍ଵାରା ସାଧାରଣ ଲୋକ ସହ ଛାତ୍ର ଛାତ୍ରୀ ଓ ରୋଗୀ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପ୍ରତିଦିନ ଛୋଟ ମୋଟ ଦୁର୍ଘଟଣା ଘଟିବା ସହ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି। ବର୍ତମାନ ଚାଷ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ବେଳେ ଗୋରୁ ମାଲିକ ମାନେ ଗୋରୁ ଙ୍କୁ କ୍ଷୀର ଦୁହିଁଲା ପରେ ଘରେ ନ ବାନ୍ଧି ଛାଡ଼ି ଦେଉଛନ୍ତି। ପୂର୍ବରୁ ଡାବୁଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗୋଟିଏ କାଞ୍ଜିଆ ହୁଦା ରହିଥିବା ବେଳେ ବୁଲା ଗୋରୁଙ୍କ ଦୌରାତ୍ମ ଯୋଗୁ ଲୋକେ ସେମାନଙ୍କୁ କାଂଜିଆ ହୁଦା ରେ ଆଣି ଛାଡ଼ି ଯାଉଥିଲେ। ଏବଂ ପଞ୍ଚାୟତ ର ରାଜସ୍ବ ଆଦାୟ ମଧ୍ୟ ହେଇଥିଲା। ତେବେ ତାହା ଦୀର୍ଘ ଦିନ ହେଲା ବନ୍ଦ ପଡି ଥିବାରୁ ସାଧାରଣ ଲୋକେ ବର୍ଷା ଋତୁରେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହୋଇଛି।
Sign in
Sign in
Recover your password.
A password will be e-mailed to you.
Prev Post