ପଦ୍ମପୁର :-ଅଞ୍ଚଳ ମହାବିଦ୍ୟାଳୟ ର ସମ୍ମେଳନ ପ୍ରକୋଷ୍ଠରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଖଗେଶ୍ବର ଦାଶଙ୍କ ଅଧ୍ୟକ୍ଷତାରେ ପଦ୍ମପୁର ର ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ର ସାମ୍ବାଦିକ ମାନଙ୍କ ସହିତ ଏକ ପ୍ରେସ୍ ମିଟ୍ ଅନୁଷ୍ଠିତ ହୋଇଥଲା।ନୂତନ ରୂପେ ସ୍ନାତକୋତ୍ତର ଶ୍ରେଣୀ ଖୋଲିବା ପାଇଁ ସରକାରଙ୍କ ଦ୍ୱାରା ଅନୁମତି ପାଇଥିବା ଯୋଗୁଁ ଅଧ୍ୟକ୍ଷ ସରକାରଙ୍କୁ ମହାବିଦ୍ୟାଳୟ ତରଫରୁ ଧନ୍ୟବାଦ ଜଣାଇଥିଲେ।ଉକ୍ତ ପ୍ରେସ୍ ମିଟ୍ ରେ ଦଶୋଟି ସ୍ନାତକୋତ୍ତର ଶ୍ରେଣୀ ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ଆଲୋଚନା ହେବା ସହ ଖାଲିଥିବା ଅଧ୍ୟାପକ ପଦବୀ ପୂରଣ, ଛାତ୍ରୀ ନିବାସ,ଏକ ବଡ ସମ୍ମେଳନ ପ୍ରକୋଷ୍ଠ ର ଆବଶ୍ୟକତା ସହ ଅନୁଷ୍ଠାନ ର ଅନ୍ୟାନ୍ୟ ସମସ୍ୟା ଗୁଡ଼ିକୁ ସରକାରଙ୍କ ଦୃଷ୍ଟିଗୋଚର କରିବା ନିମନ୍ତେ ଅଧ୍ୟକ୍ଷ ପ୍ରେସ ମିଟ୍ ମାଧ୍ୟମରେ ଅବଗତ କରାଇଥିଲେ। ଅନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତି ନିମିତ୍ତ ଏହି ମିଟ୍ ରେ ବିଶଦ ଆଲୋଚନା ହୋଇଥଲା।ପ୍ରେସ ମିଟ୍ ରେ ଅନୁଷ୍ଠାନର ଶ୍ରୀ ତାରା ପ୍ରସାଦ ଶତପଥୀ,ଶ୍ରୀମତୀ ପୂର୍ଣିମା ଦୋରା, ,ଶ୍ରୀ ପ୍ରଭାତ କୁମାର ମହାପାତ୍ର,ଶ୍ରୀମତୀ ଝୁନୁ ପରିଡ଼ା, ଶ୍ରୀ ସନ୍ତୋଷ କୁମାର ମିଶ୍ର, ଶ୍ରୀ ପ୍ରମୋଦ କୁମାର ତ୍ରିପାଠୀ ଓ ଶ୍ରୀ ନବକୃଷ୍ଣ ମିଶ୍ର ଉପସ୍ଥିତ ଥିଲେ।ପରିଶେଷରେ ଅଧ୍ୟାପକ ଡ଼ ସରୋଜ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥଲେ।
Sign in
Sign in
Recover your password.
A password will be e-mailed to you.
Prev Post