(ଶାସକ ପ୍ରଶାସକ/ଖଲ୍ଲିକୋଟରୁ ଶିବରାମ ଜେନା): ଖଖଲ୍ଲିକୋଟ ସ୍ଥିତ କମାପଲ୍ଲୀ ଛକ ରେ ଗଜାନନ ଙ୍କ ପୂଜା ଅଵସରରେ ପୂଜାକମିଟି ତଥା ସେଠାକାର ସାହି ବାସିନ୍ଦା ମାନଙ୍କ ସହଯୋଗ ରେ ଲୋକନୃତ୍ୟ ଭାରତ ଲୀଳା ବା ସୁଭଦ୍ରା ପରିଣୟ ମଞ୍ଚସ୍ଥ ହୋଇଥିଲା। ଗଞ୍ଜାମ ଜିଲ୍ଲାର ଵଉଳଝୋଳି କଳା କାର ମାନେ ଶ୍ରୀ ଶ୍ରୀ ମହାଦେବ ନାଟ୍ୟ କଳା ପରିଷଦ ର ବୋଲି ଜଣାପଡିଛି ।ଏମାନେ ନିର୍ଦ୍ଦେଶକ ଦ୍ଵାରି ଶ୍ରୀ ବାବୁଲା ଭୂୟାଁ ,ଗୁରୁ ନବଘନ ପରିଡ଼ା ଙ୍କ ନିର୍ଦ୍ଦେଶନାରେ ପରିଚାଳିତ ହୋଇଥିଵା ବେଳେ ,ଓଡ଼ିଶାରେ କଳାକୁ ଲୋକପ୍ରିୟ କରିଵା ତଥା ବୁଡି ଯାଉଥିବା, ହଜିଯାଉଥିବା ଲୋକନୃତ୍ୟ ଭାରତ ଲୀଳା କୁ ବଜାୟ ରଖିବାକୁ ,ଏ କଳାକାର ମାନେ ନିଜର ଅଧ୍ୟବସାୟ ବଳରେ ପ୍ରୟାସ ଜାରୀ ରଖିଛନ୍ତି,ଶତଚେଷ୍ଟିତ କରୁଛନ୍ତି ଓଡିଶା ଓ ଓଡ଼ିଶାର ବାହାରକୁ ଯାଇ ନିଜର ସୁନାମ ଅର୍ଜନ କରିବା ସହ ଲୋକଲୋଚନକୁ ଆସିପାରିବ ,ସେଥିପାଇଁ ଯଥାସାଧ୍ୟ ଚେଷ୍ଠା କରିବୁ ବୋଲି ନିଜର ମତ ପୋଷଣ କରିଛନ୍ତି।
ଏ ସୁଭଦ୍ରା ପରିଣୟ ଵା ଭାରତ ଲୀଳା ରେ ଅଭିନୟ କରି ଥିବା କଳାକାର ମାନେ ହେଲେ ଦ୍ଵାରିକା ବାବୁଲା ଭୂୟାଁ, ଅର୍ଜୁନ ଭୀକାରୀ ସେଠୀ, ସୁଭଦ୍ରା କୁନି ପ୍ରଧାନ, ଅନ୍ୟାନ୍ୟ ସହଯୋଗୀ ଥିଲେ ଜ୍ୟୋତ୍ସ୍ନା ରାଣୀ ପାତ୍ର, ସାବିତ୍ରୀ ତଥା ହାରମୋନିୟମ ମାଷ୍ଟ୍ର ରୋହିତ ସିଂ ଓ ଅନ୍ୟାନ୍ୟ ମାନେ ଥିଲେ ବୋଲି ଜଣାପଡିଛି। କମିଟିମେମ୍ବର ମାନେ ସହଯୋଗ କରିଥିଲେ ।କମିଟି ମାନଙ୍କ ମଧ୍ୟରେ ଥିଲେ ରାମମୋହନ ପଣ୍ଡା, ବେଣୁଧର ସାହୁ,ଵସନ୍ତ କୁମାର ସାହୁ ଅଜୟ ପାତ୍ର, ବିଜୟ ପାତ୍ର,ପ୍ରମୋଦ ସେନା ପତି, କାଳିଆ ମାଝୀ, ସନ୍ତୋଷ କୁମାର ସାହୁ, ହାତୀ,ହାପି ଓ ଅନ୍ୟାନ୍ୟ ମାନଙ୍କ ସହଯୋଗ କୁ ଭୂୟସୀ ପ୍ରଶଂସା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post