ନୟାଗଡ଼ ଜିଲ୍ଲା ସ୍ତରୀୟ କ୍ରାନ୍ତି କବିତା ଆସର

0

ଓଡ଼ଗାଁ,୨୮।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ମିନି ଷ୍ଟାଡିୟମ ନିକଟ ରଘୁନାଥ ଆଥଲେଟିକ ଆସୋସିଏସନ୍ ଠାରେ ଗୁରୁବାର କ୍ରାନ୍ତି କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଆଥଲେଟିକ ଆସୋସିଏସନ୍ ତରଫରୁ ସମ୍ପାଦକ ତଥା ଓଡ଼ଗାଁର ଖେଳ ମଣିଷ ଭାବେ ପରିଚିତ ଦିବାକର ନାୟକଙ୍କ ଦ୍ବାରା ଆୟୋଜିତ ଏବଂ ପ୍ରଫୁଲ୍ଲ ମାଝୀଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ସମ୍ପାଦକ ସେଖ୍ ଅବଦୁଲ ଖାଲିକ, ନୟାଗଡ଼ ପରମ୍ପରାର ସମ୍ପାଦକ ନିର୍ମଳ ଚନ୍ଦ୍ର ଶୁରଦେଓ, କବି ପଞ୍ଚାନନ ପଣ୍ଡା, ଗୋଦାବରୀ ବସନ୍ତିଆ, ନିରାକାର ସ୍ବାଇଁ, ଲଳିତ ମୋହନ ମିଶ୍ର, କ୍ଷଣପ୍ରଭା କର, ପ୍ରଦୀପ୍ତ ବିଶ୍ବାଳ, ସାରସ ମିଶ୍ର, ପ୍ରଶାନ୍ତ କୁମାର ଦାଶ, ରବିନ୍ଦ୍ର କୁମାର ମହାପାତ୍ର (ଅଚଞ୍ଛାକିଳା) ପ୍ରମୁଖଙ୍କ ସହିତ ୩୭ ଜଣ କବି ଅଂଶଗ୍ରହଣ କରି ସେମାନଙ୍କ ସ୍ବରଚିତ କବିତାମାନ ପାଠ କରିଥିଲେ ।

ସାମ୍ବାଦିକ ଅଶୋକ କୁମାର ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କବି ଶରତ ଚନ୍ଦ୍ର ଷଡ଼ଙ୍ଗୀ, ଯଶୋବନ୍ତ ପଟ୍ଟନାୟକ, ରଞ୍ଜନ କୁମାର ଦାଶ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.