ପଦ୍ମପୁର :- ଆଜି ହେଉଛି ପଶ୍ଚିମ ଓଡ଼ିଶାର ମହାନ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ । ନୂଆଖାଇ ପାଇଁ ଗାଁ ଠୁ ସହର ଚଳ ଚଞ୍ଚଳ ହୋଇ ଉଠିପଡିଥିବା ବେଳେ ଆଜି ସ୍ଥାନୀୟ ଆର ବି ହାଇସ୍କୁଲ ଠାରେ ଏବିସିଡି ତରଫରୁ ୨୭ତମ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପଦ୍ମପୁର ର ଝାଙ୍କର ସୁରେଶ ଡୁଡ଼ୁକା ପ୍ରଥମେ ମା ସମଲେଶ୍ବରୀ ଙ୍କ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ପରେ ନୂଆଖାଇ ଭେଟଘାଟ ହେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମୁଖ୍ୟ ବକ୍ତା ଭାବେ ଅଞ୍ଚଳ ମହାବିଦ୍ୟାଳୟ ଅଧ୍ୟକ୍ଷ ଖଗେଶ୍ବର ଦାଶ ଯୋଗଦେଇ ନୂଆଖାଇ ଉପରେ ଆଲୋକପାତ କରିବା ସହ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ଵ ଅର୍ଜନ କରିଥିବା ପ୍ରତିଭା ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ବିଭିନ୍ନ ଜିଲ୍ଲା ରୁ କଳାକାର ଆସି ନିଜ ନିଜ କଳା ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଦେଖିବା ପାଇଁ ସହର ତଥା ବିଭିନ୍ନ ଗାଁ ରୁ ହଜାର ହଜାର ଲୋକ ଆସିଥିଲେ। ଏ ବି ସି ଡି ଉପଦେଷ୍ଟା ନାଟ୍ୟକାର କେଶ ରଞ୍ଜନ ପ୍ରଧାନ ମଞ୍ଚ ପରିଚାଳନା କରିଥିବାବେଳେ ନାଟ୍ୟକାର ଅଶୋକ ବହିଦାର, ରମେଶ ଗୁର୍ଲା, ସଭାପତି ଅନିଲ ବେହେରା, ସମ୍ପାଦକ ରଘୁନାଥ ପୁରୀ, ସହ – ସମ୍ପାଦକ ପ୍ରତାପ ନାଥ, ଲିଙ୍ଗରାଜ ସାହୁ, ସହଦେବ ମେହେର, ଅଂଶୁମାନ ମେହେର, ଅମିୟ ପୁରୋହିତ, ଶାନ୍ତସଂଗ୍ରାମ ଭୋଇ, ସରୋଜ ଦାନୀ, ସରୋଜ ଯୋଶୀ, ସୁନୀଲ ଭୋଇ ପ୍ରମୁଖ ରେ ସହଯୋଗ କରିଥିଲେ। ପ୍ରମୁଖ ରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post