ବାଣପୁରରେ ସଫଳ ହେଲା ‘ଆସ ସ୍କୁଲ ଯିବା’ କାର୍ଯକ୍ରମ

0

ବାଣପୁର:(ସେକ କୌସର):ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟଙ୍କ ଆଦେଶ କ୍ରମେ ବାଣପୁର ଗୋଷ୍ଟୀ ଶିକ୍ଷା ଅଧିକାରୀ ସନାତନ ଜାଲ୍ଲିଙ୍କ କାର୍ଯ୍ୟାଳୟ ତରଫରୁ ସମସ୍ତ ସିଆରସିସି ମାନଙ୍କ ବଳିଷ୍ଠ ଉଦ୍ୟମରେ ୧୭ଟି ପଞ୍ଚାୟତର ଅଧୀନରେ ଥିବା ୧୫୭ଟି ବିଦ୍ୟାଳୟର ଶିକ୍ଷକ ମାନଙ୍କ ସହାୟତାରେ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ସଫଳ ହୋଇଛି। ଏଥିରେ ବିଭିନ୍ନ ବର୍ଗର ତଥା ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ଠାରୁ ଆରମ୍ଭ କରି ବିଦ୍ୟାଳୟ ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀ ଏବଂ ଆଦୌ ପାଠ ପଢି ନ ଥିବା ଛାତ୍ରଛତ୍ରୀମାନଙ୍କୁ ୬ ରୁ୧୪ ବର୍ଷ ନିମନ୍ତେ ପୁନଃ ବିଦ୍ୟାଳୟକୁ ଫେରାଇ ନାମ ଲେଖାଯାଇଛି ଏବଂ ୧୪ ରୁ ୧୮ ବର୍ଷ ମଧ୍ୟରେ ପାଠ ଛାଡିଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁକ୍ତ ବିଦ୍ୟାଳୟ, ଧନ୍ଦା ମୂଳକ ଶିକ୍ଷାଠାରୁ ଆରମ୍ଭ କରି ଆଇଟିଆଇ ଓ ଡିପ୍ଲୋମା କାର୍ଯକ୍ରମରେ ନାମ ଲେଖାଯାଇଛି।ବର୍ତ୍ତମାନ ବାଣପୁର ବ୍ଲକରେ ଏହି କାର୍ଯକ୍ରମ ତ୍ୱରାନ୍ୱିତ ହୋଇ ସମସ୍ତ ଅଧାରୁ ପାଠ ଛାଡିଥିବା ଛାତ୍ରଛତ୍ରୀମାନଙ୍କୁ ବିଦ୍ୟାଳୟକୁ ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସନାତନ ଜାଲ୍ଲି କହିଛନ୍ତି।

Leave A Reply

Your email address will not be published.