କଲେଜ ଛାତ୍ରକୁ ପିସ୍ତଲ ଦେଖାଇ ଧମକ

0

ରାଜଗାଙ୍ଗପୁର, ତା ୨୭ । ୮(ବିଷ୍ଣୁ ଭୋମିକ): ରାଜଗାଙ୍ଗପୁର ନିକଟସ୍ଥ ଝାରବେଡା ଗାଁନିକଟସ୍ଥ ଡାଲମିଆ କଲେଜରେ ଜଣେ ଛାତ୍ରକୁ ଦେଶୀ ପିସ୍ତଲ ଦେଖାଇ ମାରିଦେବା ଲାଗି ଧମକ ଅଭିଯୋଗ । ହେବା ଜଣାଯାଇଛି। ମଙ୍ଗଳବାର କଲେଜରେ ପାଠ ପଢୁଥିବା ର ରାଜଗାଙ୍ଗପୁର ବ୍ଲକ ସିଙ୍ଘି ପଡାର ଅଭୟ ପଣ୍ଡିତ (୧୦) କ୍ଲାସ ରୁମରେ ବସିଥିବାବେଳେ ତାର ପଛ ପଟେ କେହି ଚକ ଖଡି ଖଣ୍ଡେ ଫିଙ୍ଗି ଦେବା ପରେ ତାର ପଛରେ ଚକ ଖଡିଟି ବାଜିଥିଲା। ସେ ପଛକୁ ଦେଖ୍ କିଏ ଚକ ଖଡି ଫିଙ୍ଗିବା ବିଷୟରେ ପଚାରିବା ପରେ ପଛରେ ବସିଥିବା ଜଣେ ଛାତ୍ରଙ୍କ ସହ ପାଟିତୁଣ୍ଡ ହୋଇଥିଲା ।

ପରେ ପଛରେ ବସିଥିବା ଛାତ୍ର ଅଭୟକୁ ଧମକ ଦେଇ ତୁ ବାହାରକୁ ବାହାରିଲେ ଦେଖ୍ ନେବା ଲାଗି ଧମକ ଦେଇଥିଲା। କ୍ଲାସ ସରିବା ପରେ ଅଭୟକୁ କଲେଜ ବାହାରେ ପ୍ରାୟ ୨୦ଜଣ ଛାତ୍ର ଘେରିଯାଇଥିଲେ। କିଛି ସମୟ ପରେ ଗୋଟିଏ ସ୍କର୍ପିଓ ଗାଡ଼ିରେ କଲେଜ ପାଖକୁ ଚାରି ପାଞ୍ଚ 2 ଜଣ ଅଣଛାତ୍ରମାନେ ଆସି ଅଭୟକୁ ଦେଶୀ ପିସ୍ତଲ ଦେଖାଇ ଜୀବନରେ ମାରିବା ଲାଗି ଧମକ ଦେଇଥିଲେ। କୌଶଳକ୍ରମେ ଅଭୟ ସେଠାରୁ ଖସି ଯାଇ କୁତ୍ରା ଥାନାରେ ରେ ଲିଖୂତ ଅଭିଯୋଗ ପରେ ଥାନା ପ୍ରଭାରୀ ଲୋକେଶ୍ବର ସାହୁ ଘଟଣାସ୍ଥଳକୁ ଆସିଥିଲେ। ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

Leave A Reply

Your email address will not be published.