ଝାରସୁଗୁଡ଼ା ତା୨୭/୦୮-କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଅବ୍ୟବହିତ ଦିବସରେ ଆଜି ଗଣେଶ ଚତୁର୍ଥୀ ଅବସରରେ ଜିଲ୍ଲାର ୪୩୬୨୬ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସିଏମ୍ କିଷାନ ସମ୍ମାନ ନିଧି ସହାୟତା ରାଶି ପ୍ରଦାନ କରାଯାଇଛି। ଏଥି ସହିତ ଜିଲ୍ଲାର ୩୫୭ଜଣ ଭୂମିହୀନ ଚାଷୀଙ୍କୁ ମଧ୍ୟ ଯୋଜନା ଅନ୍ତର୍ଗତ ସହାୟତା ରାଶି ପ୍ରଦାନ କରାଯାଇଛି। ସ୍ଥାନୀୟ ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟ ପ୍ରେକ୍ଷାଳୟରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗ ଦେଇ କେନ୍ଦ୍ର ତଥା ରାଜ୍ୟ ସରକାର ଚାଷୀମାନଙ୍କ ଆୟକୁ ବହୁଗୁଣିତ କରିବା ପାଇଁ ତତ୍ପର ବୋଲି କହିଥିଲେ। ଚାଷୀମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସମର୍ପିତ , ଚାଷୀମାନଙ୍କ ସୁବିଧା ପାଇଁ ଜିଲ୍ଲାରେ ମଣ୍ଡିମାନଙ୍କର ଉନ୍ନତିକରଣ କରାଯାଉଥିବା ଉଲ୍ଲେଖ କରିବା ସହ ଜଳସେଚନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ଇଣ୍ଟିଗ୍ରେଟେଡ଼ ଇରିଗେସନ ପ୍ରଜେକ୍ଟ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ବିଧାୟକ ଶ୍ରୀ ତ୍ରିପାଠୀ । ଧାନ ବ୍ୟତୀତ ଅନ୍ୟ ଅର୍ଥକାରୀ ଫସଲ ଉତ୍ପାଦନ ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ। ଚାଷୀଙ୍କ କ୍ଷେତକୁ ପାଣି ଓ ଉତ୍ପାଦିତ ସାମଗ୍ରୀ ପାଇଁ ବଜାର ସୃଷ୍ଟି ସରକାର ପ୍ରାଧାନ୍ୟ ଦେଉଥିବା ବିଧାୟକ କହିଥିଲେ। ଏହି ଅବସରରେ ବିଧାୟକ ଗୋଷ୍ଠୀଗତ ଭାବେ ବିଭିନ୍ନ ଚାଷ ଉପରେ ମନୋନିବେଶ କରିବାକୁ ପରାମର୍ଶ ଦେଇଥିଲେ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରତିନିଧି ରଘୁନନ୍ଦନ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୃଷି ଓ କୃଷକ ଶସକ୍ତିକରଣ ତଥା ଉନ୍ନତିକରଣ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲକ୍ଷ୍ୟ , ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ବଦ୍ଧପରିକର ବୋଲି କହିଥିଲେ।
ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଓ ବରଗଡ଼ ସାଂସଦ ପ୍ରତିନିଧି ସୁନୀଲ କୁମାର ପଣ୍ଡା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ଠାରେ ଆୟୋଜିତ ସି ଏମ୍ କିଷାନ ସମ୍ମାନ ନିଧି ଯୋଜନାର ରବି ଫସଲ ୨୦୨୫-୨୬ ପାଇଁ ଚାଷୀଙ୍କୁ କିସ୍ତି ହସ୍ତାନ୍ତର କାର୍ଯ୍ୟକ୍ରମର ପ୍ରସାରଣ ସମସ୍ତେ ଆଭାସି ମାଧ୍ୟମରେ ଯାନ୍ତ୍ରିକ ବିଦ୍ୟାଳୟଠାରେ ଦେଖିଥିଲେ । ଏହି ଅବସରରେ ଜିଲ୍ଲାର ପ୍ରତି ବ୍ଲକରୁ ଜଣେ ଲେଖାଏଁ ଚାଷୀଙ୍କୁ ପ୍ରତୀକାତ୍ମକ ଭାବେ ୨ହଜାର ଟଙ୍କାର ଡମି ଚେକ ବିଧାୟକ ପ୍ରଦାନ କରିଥିଲେ। ଏଥି ସହିତ ପ୍ରତି ବ୍ଲକରୁ ଜଣେ ଲେଖାଁଏ ଚାଷୀଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା କାର୍ଡ଼ ପ୍ରଦାନ କରିଥିଲେ। ବାୟ – ଇନପୁଟ ପ୍ରଡକ୍ସନ ୟୁନିଟ ବାବଦକୁ କୋଲାବିରା ମା ବୈଷ୍ଣବୀ ଏସ୍ ଏଚ ଜିକୁ ୫ଲକ୍ଷ ଟଙ୍କା ଓ ଦଲକୀର ଜୟ ମା ତାରିଣୀ ଏସ୍ ଏଚ ଜି କୁ ୩୦ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ସିଡ ମନି ରିଭଲଭିଙ୍ଗ ଫଣ୍ଡ ବାବଦକୁ ଚାରି ଜଣଙ୍କୁ ୨୫ହଜାର ଲେଖାଏଁ,ବଡ଼ମାଲର ଆଦି ଅନାଦି ଏସ୍ ଏଚ ଜିକୁ ମିଲେଟ ଶକ୍ତି ଟିଫିନ ସେଣ୍ଟର ବାବଦକୁ ୫୦ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଇଣ୍ଟିଗ୍ରେଟେଡ଼ ଫାର୍ମିଙ୍ଗ ପାଇଁ ଦୁଇଜଣଙ୍କୁ ୧୦ ହଜାର ୨୫ଟଙ୍କା ଲେଖାଏଁ ଓ ଦୁଇ ଜଣକୁ ୬ହଜାର ୨ଶହ ୫୦ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନନ୍ଦ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାକ ସୂଚନା ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.