ଅନୁଗୋଳ ଓ ଢେଙ୍କାନାଳରେ ସାମାଜିକ ଭିତ୍ତିଭୂମି ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ ଓ ଶୁଭାରମ୍ଭ

0

ସାମାଜିକ ଭିତ୍ତିଭୂମିର ବିକାଶ ଲୋକଙ୍କ ଜୀବନଯାପନକୁ ସୁଗମ କରିବ- ଧର୍ମେନ୍ଦ୍ର ପ୍ରଧାନ

  • • ସନ୍ତ୍ରି ଛକରୁ ମହିଧର ଦେଇ ହାତୁରା ପର୍ଯ୍ୟନ୍ତ ୨୦ କିମି ବ୍ୟାପୀ ସୌରଶକ୍ତି ପରିଚାଳିତ ରାସ୍ତା ଆଲୋକୀକରଣ ପାଇଁ ଭୂମିପୂଜନ

  • • ଏନଏଚ୍ -୫୫ର ଇଟାପଠାରୁ ନୂଆହତା ପର୍ଯ୍ୟନ୍ତ ୩ କିମି ବ୍ୟାପୀ ଆଲୋକୀକରଣ ବ୍ୟବସ୍ଥାର ଶିଳାନ୍ୟାସ

  • • ବଅଁରପାଳ ବ୍ଲକ ନୂଆହତାରେ ସିମେଣ୍ଟ କଂକ୍ରିଟ ରାସ୍ତା ଓ ଡ୍ରେନ୍ ନିର୍ମାଣ, ଗୋଷ୍ଠୀ କେନ୍ଦ୍ର, ହାଇମାଷ୍ଟ ଓ ଷ୍ଟ୍ରିଟଲାଇଟର ବ୍ୟବସ୍ଥାର ଶୁଭାରମ୍ଭ

  • • ହିନ୍ଦୋଳ ଓ ଓଡ଼ାପଡ଼ା ବ୍ଲକରେ ସୂଚନା କେନ୍ଦ୍ର, ନରେନ୍ଦ୍ରପୁର ବିଦ୍ୟାଳୟ, ହାଇମାଷ୍ଟ ଓ ଷ୍ଟ୍ରିଟଲାଇଟ୍ ସୁବିଧା

  • • ଢେଙ୍କାନାଳ ଶିବପୁର ଟାଟା ଷ୍ଟିଲ ମେରାମଣ୍ଡଳୀ ଜୈବବିବିଧତା ପାର୍କରେ ବୃକ୍ଷରୋପଣ କଲେ

  • • ଗଛ ଲଗାଇବା ମାନେ ଗୋଟିଏ ଜୀବନ ତିଆରି କରିବା ବୋଲି କହିଲେ କେନ୍ଦ୍ରମନ୍ତ୍ରୀ

Imageଅନୁଗୋଳ/ଢେଙ୍କାନାଳ, ଅଗଷ୍ଟ ୨୭ – ପବିତ୍ର ‘ଗଣେଶ ପୂଜା’ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୋଳ ଓ ଡେଙ୍କାନାଳରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ବିଭିନ୍ନ ସାମାଜିକ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବା ସହ ବୃକ୍ଷରୋପଣ ଅଭିଯାନର ଶୁଭାରମ୍ଭ କରିଛନ୍ତି ।

Imageକେନ୍ଦ୍ରମନ୍ତ୍ରୀ ପ୍ରଧାନ ଅନୁଗୋଳ ବଅଁରପାଳ ଠାରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ସାମାଜିକ ଭିତ୍ତିଭୂମି ପ୍ରକଳ୍ପ ଗୁଡ଼ିକର ଉଦଘାଟନ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସନ୍ତ୍ରି ଛକରୁ ମହିଧର ଦେଇ ହାତୁରା ପର୍ଯ୍ୟନ୍ତ ୨୦ କିମି ବ୍ୟାପୀ ସୌରଶକ୍ତି ପରିଚାଳିତ ରାସ୍ତା ଆଲୋକୀକରଣ ଏବଂ ଏନଏଚ୍ -୫୫ର ଇଟାପଠାରୁ ନୂଆହତା ପର୍ଯ୍ୟନ୍ତ ୩ କିମି ବ୍ୟାପୀ ଆଲୋକୀକରଣ ବ୍ୟବସ୍ଥାର ଭୂମିପୂଜନ କରିଥିଲେ ।

Image କେନ୍ଦ୍ରମନ୍ତ୍ରୀଙ୍କ କରକମଳରେ ଅନୁଗୋଳ ବଅଁରପାଳ ବ୍ଲକ ନୂଆହତାରେ ସିମେଣ୍ଟ କଂକ୍ରିଟ ରାସ୍ତା ଓ ଡ୍ରେନ୍ ନିର୍ମାଣ, ଗୋଷ୍ଠୀ କେନ୍ଦ୍ର, ହାଇମାଷ୍ଟ ଓ ଷ୍ଟ୍ରିଟଲାଇଟର ବ୍ୟବସ୍ଥାର ଶୁଭାରମ୍ଭ ହୋଇଥିଲା । ସେହିପରି ଢେଙ୍କାନାଳର ହିନ୍ଦୋଳ ଏବଂ ଓଡ଼ାପଡ଼ା ବ୍ଲକରେ ସୂଚନା କେନ୍ଦ୍ର, ନରେନ୍ଦ୍ରପୁର ବିଦ୍ୟାଳୟ, ହାଇମାଷ୍ଟ ଏବଂ ଷ୍ଟ୍ରିଟ ଲାଇଟ୍ ସୁବିଧା ମଧ୍ୟ ଲୋକାର୍ପିତ ହୋଇଯାଇଛି ।

Image ଏହି ପଦକ୍ଷେପ ପାଇଁ ଶ୍ରୀ ପ୍ରଧାନ ଟାଟା ଷ୍ଟିଲ ଫାଉଣ୍ଡେସନକୁ ଶୁଭେଚ୍ଛା ଜଣାଇବା ସହ ଆଲୋକୀକରଣ ପ୍ରକଳ୍ପ ଦ୍ୱାରା ଲୋକମାନଙ୍କ ଯାତାୟତ ସହଜ ଓ ସୁରକ୍ଷିତ ହେବ ବୋଲି କହିଛନ୍ତି । ଏହାବ୍ୟତୀତ ଉଦଘାଟିତ ସାମାଜିକ ଭିତ୍ତିଭୂମି ପ୍ରକଳ୍ପ ଗୁଡ଼ିକ ଦ୍ୱାରା ସ୍ଥାନୀୟ ଅଞ୍ଚଳର ଲୋକମାନେ ବିଶେଷ ଉପକୃତ ହେବେ । ସେମାନଙ୍କ ଜୀବନଯାପନ ସୁଗମ ହେବ ।

Imageଏହି କାର୍ଯ୍ୟକ୍ରମ ପୂର୍ବରୁ ଶ୍ରୀ ପ୍ରଧାନ ଢେଙ୍କାନାଳ ଶିବପୁର ସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ ଜୈବବିବିଧତା ପାର୍କ ପରିସରରେ ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନ ଅଧୀନରେ ବୃକ୍ଷରୋପଣ କରିଥିଲେ । ଶିଳ୍ପାଞ୍ଚଳ ଢେଙ୍କାନାଳରେ ପର୍ଯ୍ୟାବରଣକୁ ସୁରକ୍ଷିତ ରଖିବା ପାଇଁ ଜଙ୍ଗଲ ସୃଷ୍ଟି କରିବାର ଅଭିନବ ପ୍ରୟାସ କରିଥିବାରୁ ଟାଟା ଷ୍ଟିଲ ଫାଉଣ୍ଡେସନକୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।Image ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ଆରମ୍ଭ ହୋଇଥିବା “ଏକ୍ ପେଡ୍ ମା’ କେ ନାମ୍” ଏକ ଭାବନାତ୍ମକ ବିଚାର । ବୃକ୍ଷରୋପଣ ମାଧ୍ୟମରେ ପରିବେଶ ସୁରକ୍ଷା କରିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଗଛ ଲଗାଇବା ପାଇଁ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ । ଗଛ ଲଗାଇବା ମାନେ ଗୋଟିଏ ଜୀବନ ତିଆରି କରିବା । ଆମେ ସମସ୍ତେ ଆମର ଘର ଠାରୁ ଆରମ୍ଭ କରି ସବୁଠି ଗଛ ଲଗାଇବା ଏବଂ ଏହି ବୃକ୍ଷରୋପଣ ଅଭିଯାନକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

Leave A Reply

Your email address will not be published.