ପଦମପୁର୍ :- ୱିନର ସ୍କୁଲ ର ୱିନର ଗାଁ ନେ ଆଏଜ୍ ନୁଆଖାଇ ବଜାର୍ ବସିଥିଲା। ଇ ବଜାର୍ କେ ଲାୟନ୍ସ କ୍ଲବ୍ ର ମୁଖିଆ ପ୍ରୀତମ ମେହେର୍, କୁନାଲ ପାଣିଗ୍ରାହୀ, ସୌମ୍ୟ ରଞ୍ଜନ ପାଢୀ, କୁନୁଆଁ ହିସାବେ ଆସି କରି ଶୁଭ୍ ଦେଇ କରି ଉଦଘାଟନ କର୍ବାର ସାଙ୍ଗେ ସାଙ୍ଗେ ଇନ ସ୍କୁଲ ର ଛୁଆ ମାନେ ନୂଆଖାଇ ନ ଦରକାର ଲାଗୁଥିବାର ତୁନ୍ ଶାଗ୍, କୁରେଇ ପତର୍, କୁଲା ବାନ୍ହି, ଶାଢୀ କପ୍ଟା, ନୂଆ ଧାନ ସବୁ ସାମାନ୍ ମାନେ ଘିନିଥିଲେ। ତାର୍ ସାଙ୍ଗେ ନୁଆଁଖାଇ ସଭା ଭିଲ ବସିଥିଲା। ୱିନର୍ ଗାଁ ର ପଣ୍ଡିତ, ଗାଁ ର ମୁଖିଆ ଆର୍ ସବୁ ଲୋକ କୁ ନେଇ କରି ବସିଥିବାର ଇ ସଭା ନ ପଣ୍ଡିତ ତିଥି ଆର୍ ଲଗନ୍ ବାବ୍ଦେ ବତେଇ ଥିଲେ। ଛୁଆ ମାନ୍କର ନୁ ସାମାନ୍ ଘିନିକରି ଗୁର୍ଦୁ ଟେ ଉସତ୍ ହେଇଥିଲେ ଇନ୍ କେ ଘିନି ଆସି ଥିବାର ଛୁଆ ମାନ୍କର ମା ବାପା ମାନେ। ଇ ନୂଆଁଖାଇ ହାଟ୍ ନେ ସାମାନ୍ ବିକି କରି ଭଲ୍ ଲାଭ୍ ପାଏଲୁଁ ଆର୍ ଗୁର୍ଦୂ ଟେ ଉସତ୍ ଲାଗଲା ବଳି କହିଛନ୍ ଇ ଛୁଆ ବେପାରୀ ମାନେ। ସ୍କୁଲ ର ମୁଖିଆ ଶ୍ରୀକାନ୍ତ ମିଶ୍ର କହିଛନ୍ ଆମର ଲୋପ ପାଇ ଯାଉଥିବାର ସଂସ୍କୃତି କେ ବଞ୍ଚାବାର ସାଙ୍ଗେ ସାଙ୍ଗେ ଛୁଆ ମାନେ ଜାନି ପାରବେ ବଳି ଇଟା ଗୁଟେ ନୂଆ ପ୍ରୟାସ ଆଏ।
Sign in
Sign in
Recover your password.
A password will be e-mailed to you.