ବେଲଗୁଣ୍ଠା-:(ଶିବରାମ ଚୌଧୁରୀ )-:ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ନବାଗତ ଛାତ୍ରଛାତ୍ରୀ ଙ୍କ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ବିଭାଗୀୟ ମୁଖ୍ୟ ସପନ କୁମାର ପ୍ରଧାନଙ୍କ ସଭାପତିତ୍ୱ ରେ ଅନୁଷ୍ଠିତହୋଇଯାଇଛି। ମୁଖ୍ୟ ଅତିଥି ରୂପେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମୂଲ୍ୟବୋଧ ଉପଦେଶ ଦେଇଥିଲେ । ଅଧ୍ୟାପକ ଅଶୋକ କୁମାର ସ୍ଵାଇଁ,ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ,ଅଧ୍ୟାପକ ଅଶୋକକୁମାର ପ୍ରଧାନ,ଅଧ୍ୟାପକ ଅଜୟ କୁମାର ବିଶ୍ଵାଳ, ଅଧ୍ୟାପିକା ପିଙ୍କି ପାତ୍ର, ଗ୍ରନ୍ଥାଗାରିକ ରଞ୍ଜିତ କୁମାରସମାଲ, କ୍ରୀଡ଼ା ଶିକ୍ଷକ ବିଶ୍ଵରଂଜନ ସ୍ଵାଇଁ ପ୍ରମୁଖ ମଞ୍ଚାସୀନ ଥିଲେ । ଦ୍ଵିତୀୟ ବର୍ଷ ଛାତ୍ରୀ ବିପାଶା ମହାରଣା ସ୍ଵାଗତ ସଂଗୀତ ଗାନ କରିଥିଲେ ଏବଂ ଛାତ୍ରୀ କିରଣ ଭାରତୀ ବେହେରା, ପ୍ରଗତି ଆଚାର୍ଯ୍ୟ, ଲିପସା ଭୂୟାଁ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଉପଦେଶମୂଳକ ବକ୍ତବ୍ୟ ପ୍ରଦାନ କରିଥିଲେ ।ସପନ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ ଓ ଶେଷରେ ଧନ୍ୟ ବାଦ ଅର୍ପଣକରିଥିଲେ । ବିଭାଗର ସମସ୍ତ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସଭାକାର୍ଯ୍ୟକୁ ସଫଳ କରିଥିଲେ ।
Sign in
Sign in
Recover your password.
A password will be e-mailed to you.