କେନ୍ଦୁଝର,ତା୨୫/୮- କେନ୍ଦୁଝର ଜିଲ୍ଲାରେ ଅନେକ କଚ୍ଚା ରାସ୍ତା ଅଛି ଗାଁ ଲୋକେ ବାଧ୍ୟ ହୋଇ ଚଳେଇ ନିଅନ୍ତି। ତେବେ ଏବେ ବର୍ଷା ଲାଗି ରାସ୍ତା ଯେତେ ବେଳେ ଚାଲିବା ଲାଗି ଅନୁପଯୁକ୍ତ ହୋଇ ପଡ଼ିଛି ରୋଗୀ ନେବାକୁ ଗାଁକୁ ଆମ୍ବୁଲାନ୍ସ ଆସିପାରୁନି ଲୋକେ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି। ତେଣୁ ବାଧ୍ୟ ହୋଇ ସେମାନେ ରାସ୍ତାକୁ ଓହ୍ଲାଇ ରାସ୍ତାରୋକ କରିଛନ୍ତି। ଏହି ଘଟଣା ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଂଚାୟତର ବଡ଼ ନୂଆଗାଁ ଠାରୁ ଚଟରି ସାହିକୁ ସଂଯୋଗ କରୁଥିବା ରାସ୍ତା ନେଇ ଘଟି ଯାଇଛି। ଏହି ରାସ୍ତା ଅତି ଖରାପ ଥିଲା ବର୍ଷା ଲାଗି ଗାତ ଖାଲ ହୋଇଯିବାରୁ ସାଧାରଣ ଲୋକେ ସ୍କୁଲ ଛୁଆ ଯିବା ଆସିବାରେ ଯମଯନ୍ତ୍ରଣା ପାଉ ଥିଲେ। ଏପରିକି ଆମ୍ବୁଲାନ୍ସ ଆସି ପାରୁ ନଥିବାରୁ ରୋଗୀ ଖଟିଆରେ ପାଞ୍ଚ କିଲୋମିଟର ବୁହା ହୋଇ ଆମ୍ବୁଲାନ୍ସରେ ଚଢ଼ୁ ଥିଲେ। ବାରମ୍ବାର ଅଭିଯୋଗ ପରେ ମଧ୍ୟ ପଂଚାୟତ, ବ୍ଲକ ପ୍ରଶାସନ ନଶୁଣିବାରୁ ଗ୍ରାମବାସୀ ବାଧ୍ୟ ହୋଇ ରାସ୍ତା ରୋକ କରିଥିଲେ। ମୁଖ୍ୟମନ୍ତ୍ରୀ ଏହି ରାସ୍ତାକୁ ପିଚୁ କିମ୍ବା କଂକ୍ରିଟ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.