ବାଲୁଗାଁ:(ସେକ କୌସର):ବାଲୁଗାଁ ମହାବିଦ୍ୟାଳୟର ଯୁବ ରେଡକ୍ରସ ଶାଖା ପକ୍ଷରୁ ଯୁବ ରେଡକ୍ରସ ନବାଗତ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଜି ଏକ ଦିଗ୍ ଦର୍ଶନ ତଥା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅଧ୍ୟାପକ ଡ଼କ୍ଟର କୈଳାଶ ଚନ୍ଦ୍ର ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ତାଲିମ କାର୍ଯ୍ୟକ୍ରମରେ ଯୁବରେଡକ୍ରସର ପରାମର୍ଶଦାତା ଅଧ୍ୟାପିକା ମନସ୍ୱିନୀ ପଟ୍ଟନାୟକ ଓ ଅଧ୍ୟାପକ ଧୋବି ଚରଣ ପରିଡାଙ୍କ ସହ ମୁଖ୍ୟ ଅତିଥି ଭାବେ ଯୁବରେଡକ୍ରସର ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ରଞ୍ଜନ କୁମାର ମହାପାତ୍ର ଯୋଗଦେଇ ରେଡକ୍ରସର ଉତ୍ପତ୍ତି,କାର୍ଯଶୈଳୀ, ମୌଳିକ ନିୟମ ସମ୍ପର୍କରେ ସ୍ବେଛାସେବୀ ମାନଙ୍କୁ ସଚେତନ କରାଇଥିଲେI ଏଥିସହିତ ରକ୍ତଦାନର ଉପକାରିତା ସମ୍ପର୍କରେ ସ୍ବେଛାସେବୀମାନଙ୍କୁ ଅଵଗତ କରାଇଥିଲେ I ଏହି ଅବସରରେ ଅଧ୍ୟାପକ ରଞ୍ଜନ୍ କୁମାର ମହାପାତ୍ରଙ୍କୁ ଡ଼କ୍ଟର କୈଳାଶ ଚନ୍ଦ୍ର ମହାରଣା ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ I ଉକ୍ତ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରି ବରିଷ୍ଠ ସ୍ବେଛାସେବୀ ସଂଗ୍ରାମ ଦାଶ,ଯସ୍ମିନ ବେଗମ, ରାକେଶ ବେହେରା, ଦୀପକ ସେଠି, ପ୍ରଜ୍ଞା ସ୍ମିତା ସାହୁ, ଶୁଭଶ୍ରୀ ବାରିକି ପ୍ରମୁଖ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ I ଅଧ୍ୟାପିକା ମନସ୍ୱିନୀ ପଟ୍ଟନାୟକ ଓ ଅଧ୍ୟାପକ ବିମଳ କୁମାର ପଣ୍ଡା ଏହାକୁ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଧୋବି ଚରଣ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.