କେନ୍ଦୁଝର,ତା୨୫/୮- ପ୍ରବଳ ବର୍ଷା ଲାଗି ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଜୁଙ୍ଗା ପଞ୍ଚାୟତରେ ଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଜୁଙ୍ଗା(ଏମ୍ଆଇପି)ବନ୍ଧ ହୁଡ଼ାରେ ୧୦ଫୁଟର ଘାଇ ସୃଷ୍ଟି ହୋଇଛି। ବନ୍ଧ କେତେବେଳ ବି ଭାଙ୍ଗିବ ଅତି ବିପଜ୍ଜନକ ଅବସ୍ଥାରେ ରହିଛି। ଆଗକୁ ଆହୁରି ଲଘୁଚାପଜନିତ ଲଗାଣ ବର୍ଷା ହେବାନେଇ ସମ୍ଭାବନା ଥିବାରୁ ଚାଷୀକୂଳ ଚିନ୍ତିତ ହୋଇ ପଡିଛନ୍ତି । ପ୍ରାୟ ୧୦୦ହେକ୍ଟରରୁ ଅଧିକ ଜମି ଜଳସେଚନ ହେବା ନେଇ ଏଠାରେ ଆଶଙ୍କା ଦେଖାଯାଉଅଛି। ଏଥିନେଇ ସରକାର ତୁରନ୍ତ ବାଲିବସ୍ତା ଦେଇ ବନ୍ଧକୁ ମଜଭୁତ କରିବାକୁ ଆଞ୍ଚଳିକ ବିକାଶ ମଞ୍ଚର କର୍ମକର୍ତ୍ତାମାନେ ଦାବୀ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.